Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ଆରମ୍ଭ ହେବ ଶୀତ ଲହରୀ

ଆସନ୍ତା ୩ ଦିନ ମଧ୍ୟରେ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଏଥିସହ ଦକ୍ଷିଣ ଓଡ଼ିଶାରେ ୪ ଡିଗ୍ରି କିମ୍ବା ତା’ଠାରୁ ଅଧିକ ପାରଦ ଖସିବ। ଫଳରେ ନଭେମ୍ବର ୧୦ ତାରିଖ ସୁଦ୍ଧା ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଶୀତ ଅନୁଭୂତ ହେବ । ଏବେଠାରୁ କନ୍ଧମାଳ, କଳାହାଣ୍ଡି ଓ ସୋନପୁରରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବା ଆରମ୍ଭ ହୋଇଗଲାଣି ।

ଆସନ୍ତା ୩ ଦିନ ମଧ୍ୟରେ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଏଥିସହ ଦକ୍ଷିଣ ଓଡ଼ିଶାରେ ୪ ଡିଗ୍ରି କିମ୍ବା ତା’ଠାରୁ ଅଧିକ ପାରଦ ଖସିବ। ଫଳରେ ନଭେମ୍ବର ୧୦ ତାରିଖ ସୁଦ୍ଧା ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଶୀତ ଅନୁଭୂତ ହେବ । ଏବେଠାରୁ କନ୍ଧମାଳ, କଳାହାଣ୍ଡି ଓ ସୋନପୁରରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବା ଆରମ୍ଭ ହୋଇଗଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ଖସିଥିବା ବେଳେ ଆଗକୁ ଆହୁରି ଖସିବ ଓ ଧୀରେଧୀରେ ସାରା ଓଡ଼ିଶା ଶୀତର କବଳିତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏଥିସହ ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୫.୨ ଡିଗ୍ରି ‌ରେକର୍ଡ ହୋଇଛି।

Show More

Related Articles

Back to top button