Breaking PLUSଦେଶ ବିଦେଶମୁଖ୍ୟ ଖବର

ଆମେରିକା ରାଷ୍ଟ୍ରପତି ନିର୍ବାଚନ, ଛିଡୁନି ଅଡୁଆ ତୁଟୁନି ଅଙ୍କ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରେଟିକ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ ହ୍ୱାଇଟ ହାଉସ ପହଂଚିବାକୁ ଆବଶ୍ୟକ ୨୭୦ ନିର୍ବାଚନ ମଣ୍ଡଳୀ ଭୋଟର ନିକଟତର ହୋଇସାରିଛନ୍ତି । ସେ ଭିସ୍କୋନିସନ ଓ ମିଶିଗନରେ ବିଜୟୀ ହୋଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି । 

ଅନ୍ୟପକ୍ଷରେ ରିପବ୍ଲିକାନ ପାର୍ଟିର ପ୍ରତିନ୍ଦ୍ୱନ୍ଦ୍ୱୀ ଟ୍ରମ୍ପ କିଛି ରାଜ୍ୟରେ ବାଇଡେନଙ୍କ ବିଜୟକୁ ଆଇନଗତ ଭାବେ ଚ୍ୟାଲେଞ୍ଜ କରିବାକୁ ଚିନ୍ତା କରୁଛନ୍ତି । ନିର୍ବାଚନର ୨ ଦିନ ପରେ ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ବିଜୟ ପାଇଁ ପୂର୍ଣ୍ଣ ବହୁମତ ହାସଲ କରିପାରି ନାହିଁ । କିନ୍ତୁ ବିସ୍କୋନିସନ ଓ ମିଶିଗନରେ ବିଜୟୀ ହୋଇ ବାଇଡେନ ୨୬୪ ଆସନ ପର୍ଯ୍ୟନ୍ତ ପହଂଚି ସାରିଛନ୍ତି ।

ସଦ୍ୟତମ ରିପୋର୍ଟ ଅନୁସାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୨୧୪ ନିର୍ବାଚକ ମଣ୍ଡଳୀରେ ଭୋଟ ମିଳିଛି । ତେଣୁ ଟ୍ରମ୍ପଙ୍କ ପାଇଁ ଏହି ନିର୍ବାଚନ ଜିତିବା କଷ୍ଟ ହୋଇପାରେ । ୨୭୦ଟି ଆସନରେ ବିଜୟୀ ହେବାକୁ ହେଲେ ବେଟଲଗ୍ରାଉଣ୍ଡ ରାଜ୍ୟ ପେନସିଲଭେନିଆ, ଉତ୍ତର କୈରୋଲିନା, ଜର୍ଜିଆ ଓ ନେବାଦାରେ ବିଜୟ ହାସଲ କରିବାକୁ ପଡିବ । କିନ୍ତୁ ଏହି ୪ଟି ରାଜ୍ୟରେ କାହାକୁ ଅଧିକ ଭୋଟି ମିଳିବ ତାହା ସ୍ପଷ୍ଟ ହୋଇପାରି ନାହିଁ । ସୂଚନାଯୋଗ୍ୟ ୫୩୮ ଆସନ ବିଶିଷ୍ଟ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିବା ଲାଗି ମ୍ୟାଜିକ ସଂଖ୍ୟା ହେଉଛି ୨୭୦ । ଏବେ ଭୋଟ ଗଣତି ଜାରି ଥିବାରୁ ଏହା ଶେଷ ହେବା ପରେ ଆମେରିକାରେ କିଏ ହେବେ ରାଷ୍ଟ୍ରପତି ତାହା ସ୍ପଷ୍ଟ ହେବ ।

Show More

Related Articles

Back to top button