Breaking PLUSଦେଶମୁଖ୍ୟ ଖବର

ଚୌଧୁରୀ ଚରଣ ସିଂହ, ପିଭି ନରସିଂହା ରାଓ ଓ ସ୍ୱାମୀନାଥନଙ୍କୁ ଭାରତ ରତ୍ନ ମିଳିବାକୁ ସୋନିଆଙ୍କ ସ୍ୱାଗତ

ନୂଆଦିଲ୍ଲୀ, 9 ଫେବୃଆରୀ- କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭା ସଦସ୍ୟ ସୋନିଆ ଗାନ୍ଧି ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପିଭି ନରସିଂହା ରାଓ ଓ ସବୁଜ କ୍ରାନ୍ତିର ଜନକ ଏମଏସ ସ୍ୱାମୀନାଥନଙ୍କୁ ଭାରତରତ୍ନ ଦିଆଯିବ ଉପରେ ଖୁସି ବ୍ୟକ୍ତ କରିଛନ୍ତି ।
ସୋନିଆ ଗାନ୍ଧୀଙ୍କୁ ଶୁକ୍ରବାର ସଂସଦ ଭବନ ପରିସରରେ ମିଡିଆକର୍ମୀମାନେ ଭାରତ ରତ୍ନକୁ ନେଇ ତାଙ୍କ ମତାମତ ଲୋଡିଥିବା ବେଳେ ସେ କହିଥିଲେ, ‘ମୁଁ ଏହାର ସ୍ୱାଗତ କରୁଛି’ ।
କଂଗ୍ରେସର ବରିଷ୍ଠ ନେତା ରାଜୀବ ଶୁକ୍ଲା କହିଛନ୍ତି ଯେ, ତିନିଜଣ ବ୍ୟକ୍ତି ଦେଶକୁ ଆଗକୁ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଭାରତ ସରକାର ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବେ । ଏହା ଖୁସିର ବିଷୟ ଅଟେ ।ଏହାକୁ ରାଜନୀତିରୁ ଉପରେ ଦେଖିବା ଆବଶ୍ୟକ ।

Show More

Related Articles

Back to top button