Breaking PLUSଦେଶମୁଖ୍ୟ ଖବର

ହଲ୍ଦୱାନୀ ହିଂସାରେ ଏବେ ସୁଦ୍ଧା 5ଜଣଙ୍କ ମୃତ୍ୟୁ, କର୍ଫ୍ୟୁଜାରି, ଇଣ୍ଟରନେଟ ସେବା ବନ୍ଦ

ଡେରାଡୁନ, 9 ଫେବୃଆରୀ – ନୈନିତାଲ ଜିଲ୍ଲାର ହଲ୍ଦୱାନୀରେ ଗୁରୁବାର ହୋଇଥିବା ବନଭୁଲପୁରା ହିଂସାରେ ଏବେ ସୁଦ୍ଧା 5ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 3ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଉପଦ୍ରବକାରୀଙ୍କ ମୁକାବିଲା ପାଇଁ ଧାମୀ ସରକାର କଡା ପଦକ୍ଷେପ ନେଇଛନ୍ତି ।
ବନଭୁଲପୁରା ହିଂସା କରିଥିବା କୌଣସି ବ୍ୟକ୍ତିକୁ ଛଡାଯିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ସହରର ଉପଦ୍ରବଗ୍ରସ୍ତ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି ଏବଂ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି ।
ଏହି ହିଂସାରେ ଏବେ ସୁଦ୍ଧା 5ଜଣଙ୍କ ମୃତ୍ୟୁ ହୋଇଛି ।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରାଜଧାନୀରେ ନିଜ ସରକାରୀ ବାସଭବନରେ ସ୍ଥିତି ଉପରେ ଉଚ୍ଚ ଅଧିକାରୀଙ୍କ ସହ ବିଚାର-ବିମର୍ଷ କରିଛନ୍ତି । ଏହାରି ଭିତରେ ଡ୍ରୋନ ଜରିଆରେ ବନଭୁଲାପୁରା ଅଞ୍ଚଳ ଉପରେ ନଜର ରଖାଯାଇଛି । ପୋଲିସ ମୁଖ୍ୟ ଷଡଯନ୍ତ୍ରକାରୀର ତଲାସ କରୁଛି । ଏହି ମାମଲାରେ ଏବେ ସୁଦ୍ଧା ତିନୋଟି ଏଫଆଇଆର ରୁଜୁ କରାଯାଇଛି ।

Show More

Related Articles

Back to top button