Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଆଜି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ଘୋଟାଲା ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପରେ ଆଜି ଇଡିରେ ହାଜର ହେବେ ପାର୍ଟି ହାଇକମାଣ୍ଡ ସୋନିଆ ଗାନ୍ଧୀ । ରାହୁଲଙ୍କ ପରି ସୋନିଆଙ୍କ ପାଇଁ ମଧ୍ୟ ଦେଶବ୍ୟାପୀ ଦଳ ପ୍ରତିବାଦ କରିବ । ଦିଲ୍ଲୀ ସମେତ ସାରା ଦେଶରେ ପ୍ରଦର୍ଶନ ରଣନୀତି ପ୍ରସ୍ତୁତ କରିଛି ଦଳ । କଂଗ୍ରେସ ନେତାମାନେ ଦିଲ୍ଲୀରେ ସଂସଦ ଭବନରୁ ନେଇ ରାସ୍ତାରେ ବିରୋଧ ପ୍ରଦର୍ଶନ କରିବେ । ରାହୁଲ ଗାନ୍ଧୀ ଇ଼ଡିରେ ହାଜର ହେବା ସମୟରେ ମଧ୍ୟ ସମାନ ପ୍ରତିବାଦ ପ୍ରଦର୍ଶନ କରିଥିଲା କଂଗ୍ରେସ । ରାଜରାସ୍ତାରେ ଭିଡ ଜାମି ଥିଲା । ସୋନିଆଙ୍କୁ ସମର୍ଥନ କରି ବିଜେପି ନେତୃତ୍ୱାଧୀନ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ନିଷ୍ପତ୍ତି ନେଇଛି ଦଳ । କଂଗ୍ରେସ ନେତା ମନିକାମ ଟାଗୋର ଟ୍ୱିଟ କରି କହିଛନ୍ତି ଆକବର ରୋଡରେ କଂଗ୍ରେସ ଅଫିସ ହେଡକ୍ବାର୍ଟର ବର୍ତ୍ତମାନ ଶାହ ପୋଲିସ ଦ୍ୱାରା ବନ୍ଦ ହୋଇଛି । ସେମାନେ କଂଗ୍ରେସ କର୍ମୀଙ୍କ ସାମର୍ଥ୍ୟ ଶକ୍ତି ଏବଂ ପ୍ରତିବଦ୍ଧତା ବିଷୟରେ ଜାଣନ୍ତି ବୋଲି କହିଛନ୍ତି ମନିକାମ ଟାଗୋର । ପୋଲିସ ଆକବର ରୋଡରେ ବ୍ୟାରିକେଟ କରି ବନ୍ଦ ରଖିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହେଲଟ ଏବଂ ଅନ୍ୟ ବରିଷ୍ଠ ଦଳ ନେତା ଏବଂ ସାଂସଦ ଦିଲ୍ଲୀରେ ଉପସ୍ଥିତ ଅଛନ୍ତି । ଆଜି ସନ୍ଧ୍ୟାରେ ସେମାନେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ବାସଭବନରେ ବୈଠକ କରିବେ ।ସୋନିଆଙ୍କ ପୂର୍ବରୁ ଜୁନ ମାସରେ ରାହୁଲ ଗାନ୍ଧିଙ୍କୁ ଇଡି ପଚରାଉଚରା ବେଳେ କଂଗ୍ରେସ ଜବରଦସ୍ତ ପ୍ରଦର୍ଶନ କରି ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲା । ​ଅର୍ଥ ହେରଫେର ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲା ।  ଦିଲ୍ଲୀ ସହିତ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ । ରାଜସ୍ଥାନ ଓ ଛତିଶଗତରେ କଂଗ୍ରେସ ସରକାର ଥିବାରୁ ଦୁଇ ରାଜ୍ୟରେ ବିଶାଳ ପ୍ରଦର୍ଶନ ହେବା ଅନୁମାନ କରାଯାଉଛି ।

Show More

Related Articles

Back to top button