ମୁଖ୍ୟ ଖବରସ୍ୱତନ୍ତ୍ର

ଅକ୍ଟୋବର 14ରେ ସୂର୍ଯ୍ୟୋପରାଗ, ଭାରତରେ ହେବନି ଦୃଶ୍ୟମାନ

ଅକ୍ଟୋବର ୧୪ରେ ଉତ୍ତର ଏବଂ ଦକ୍ଷିଣ ଆମେରିକାରେ ସୂର୍ଯ୍ୟପରାଗ ହେବାକୁ ଥିବାବେଳେ ଏହା ଭାରତରେ ଦୃଶ୍ୟମାନ ହେବନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମର ପୂର୍ବତନ ଉପନିର୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ଏହି ସମୟରେ ମହାକାଶରେ ଏକ ମହାଜାଗତିକ ରୂପ ଦେଖିବାକୁ ମିଳିବ, ଯାହାକୁ ‘ରିଙ୍ଗ୍ ଅଫ୍ ଫାୟାର୍’ ବା ଅଗ୍ନିଚକ୍ର କୁହାଯାଉଛି। ଚନ୍ଦ୍ର, ପୃଥିବୀ ଓ ସୂର୍ଯ୍ୟ ଗୋଟିଏ ସରଳରେଖାରେ ଅବସ୍ଥାପିତ ହେଉଥିବାରୁ ଏପରି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିବ। ଏହା ହେଉଛି ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗଠାରୁ ଭିନ୍ନ। ଏହି ସୂର୍ଯ୍ୟପରାଗ ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ଅବରୋଧ କରିଥାଏ। ଯେତେବେଳେ ଚନ୍ଦ୍ର ପୃଥିବୀଠାରୁ ଏହାର ଦୂରତମ ସ୍ଥାନରେ କିମ୍ବା ସବୁଠୁ ନିକଟତର ହୁଏ, ସେତେବେଳେ ଏକ ବାର୍ଷିକ ସୂର୍ଯ୍ୟ ପରାଗ ହୁଏ। ନାସାର ତଥ୍ୟାନୁଯାୟୀ, ସୂର୍ଯ୍ୟପରାଗ ଆମେରିକାର ଓରେଗନରେ ରାତି ପ୍ରାୟ ୯ଟା ୧୩ ମିନିଟରେ ଆରମ୍ଭ ହେବ ଏବଂ କାଲିଫର୍ଣ୍ଣିଆ, ନେଭାଡା, ଉତାହ, ଆରିଜୋନା, ନ୍ୟୁ ମେକ୍ସିକୋ ଏବଂ ଟେକ୍ସାସରେ ଦେଖାଯିବ। ଏହାପରେ ମେକ୍ସିକୋ, ଗୁଏଟମାଲା, ବେଲିଜ୍, ହୋଣ୍ଡୁରାସ, ନିକାରାଗୁଆ, ପାନାମା, କଲମ୍ବିଆ ଏବଂ ବ୍ରାଜିଲର କିଛି ଅଂଶ ପର୍ଯ୍ୟନ୍ତ ଏହା ଦୃଶ୍ୟମାନ ହେବ। ଆଟଲାଣ୍ଟିକ୍ ମହାସାଗରରେ ସୂର୍ଯ୍ୟାସ୍ତ ପୂର୍ବରୁ ସୂର୍ଯ୍ୟପରାଗ ଶେଷ ହୋଇଯିବ। ଏହି ସମୟରେ ସର୍ବାଧିକ ଅନ୍ଧକାର ଦେଖାଯିବ; କିନ୍ତୁ ଅଧିକ ଅଞ୍ଚଳରେ ଆଂଶିକ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ।

Show More

Related Articles

Back to top button