Breaking PLUSଦେଶ ବିଦେଶମୁଖ୍ୟ ଖବର

ପାକିସ୍ତାନରେ ମାଲବାହୀ ଟ୍ରେନ-ଯାତ୍ରୀବାହୀ ଟ୍ରେନ ଧକ୍କା, 31 ଆହତ

ଇସଲାମାବାଦ: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ରବିବାର ଘଟିଛି ଏକ ରେଳ ଦୁର୍ଘଟଣା। ରେଳ ଲାଇନରେ ଠିଆ ହୋଇଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଛି ଏକ ଯାତ୍ରୀବାହୀ ଟ୍ରେନ। ଏହି ଦୁର୍ଘଟଣାରେ ପ୍ରାୟ ୩୧ ଜଣ ଲୋକ ଆହତ ହୋଇଛନ୍ତି। ଶେଖପୁରା ଜିଲାର କିଲା ସତ୍ତାର ଶାହ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ମିଆଁୱାଲିରୁ ଲାହୋରକୁ ଯାଉଥିବା ଯାତ୍ରୀବାହୀ ଟ୍ରେନ୍ ସେହି ଟ୍ରାକରେ ଯାଉଥିଲା, ଯେଉଁ ଟ୍ରାକରେ ପୂର୍ବରୁ ଏକ ମାଲବାହୀ ଟ୍ରେନ୍ ଛିଡ଼ା ହୋଇଥିଲା। ଲୋକୋପାଇଲଟ୍‌ ଦୁର୍ଘଟଣାକୁ ରୋକିବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଉଦ୍ଧାରକାରୀ ଦଳ କର୍ମଚାରୀଙ୍କ କହିବା ମୁତାବକ, ଏହି ଦୁର୍ଘଟଣାରେ ୩୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Show More

Related Articles

Back to top button