ଓଡ଼ିଶାଦେଶପାଣିପାଗ

ବାଂଲାଦେଶରେ ଲ୍ୟାଣ୍ଡଫଲ କରି ଦୁର୍ବଳ ହେଲା ‘ସିତ୍ରାଙ୍ଗ’

ଦୁର୍ବଳ ହେଲା ‘ସିତ୍ରାଙ୍ଗ’ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ସିତ୍ରାଙ୍ଗ’ ବାଂଲାଦେଶରେ ଲ୍ୟାଣ୍ଡଫଲ କରିବା ପରେ ଦୂର୍ବଳ ହୋଇପଡିଛି । ଆସନ୍ତା ୬ ଘଣ୍ଟାରେ ଅବପାତରେ ପରିଣତ ହେବ । ତେବେ ବାତ୍ୟା ଲ୍ୟାଣ୍ଡଫଲ ବେଳେ ବାଂଲାଦେଶରେ ୫ ଜଣଙ୍କ  ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ତେବେ ଆଜି ଓଡ଼ିଶାର ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ନଥିବା ବେଳେ ଜଳେଶ୍ୱର, ଭୋଗରାଇ, ବସ୍ତା ଆଦି ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୭୦ କିମି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

Show More

Related Articles

Back to top button