କଳା ସଂସ୍କୃତି ଓ ସାହିତ୍ୟକାଳିପୂଜାଦୁର୍ଘଟଣାଦେଶ ବିଦେଶପୂଜା ପାର୍ବଣମୁଖ୍ୟ ଖବର

ଦୀପାବଳିରେ ଅଘଟଣ: ଜଣେ ନାବାଳକ ସମେତ ୧୦ ଆହାତ

ହାଇଦ୍ରାବାଦ: ଦୀପାବଳି ଅବସରରେ ଘଟିଛି ଅଘଟଣ। ବାଣ ଫୁଟାଇବା ବେଳେ ୧୦ ଜଣ ଗୁରୁତର। ହାଇଦ୍ରାବାଦରେ ବାଣ ଫୁଟାଇ ଜଣେ ନାବାଳକ ସମେତ ୧୦ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଅଘଟଣରେ ନାବାଳକର ଆଖି ଫୁଟି ଯାଇଥିବା ଜଣାପଡିଛି। ଏଥିସହ ୩ ଜଣଙ୍କ ସର୍ଜରୀ କରାଯାଇଥିବା ବେଳେ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଗତକାଲି ସନ୍ଧ୍ୟାରେ ହାଇଦ୍ରାବାରେ ଏହି ଅଘଟଣ ଘଟିଛି। ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବିଭିନ୍ନ ସହରରେ ଦୀପାବଳି ପୂର୍ବରୁ ହିଁ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଥିଲା। ତେବେ ଗତକାଲି ଏହି ନିୟମକୁ ଉଲ୍ଲଙ୍ଘନ କରି ପ୍ରବଳ ବାଣ ଫୁଟାଇ ଲୋକେ ଦୀପାବଳି ପାଳନ କରିଛନ୍ତି।

Show More

Related Articles

Back to top button