ବିଧାନସଭାମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ବିଧାନସଭାରେ ଉଦବୋଧନ୍ ଦେବାବେଳେ ଭାବବିହ୍ୱଳ ହେଲେ ସିନ୍ଦେ

ମୁମ୍ବାଇ: ଆଜି ମହାରାଷ୍ଟ୍ର ବିଧାନସଭାରେ ଶିବସେନା-ଭାଜପା ମେଣ୍ଟ ସରକାର ବହୁପ୍ରତିକ୍ଷିତ ଫ୍ଲୋର ଟେଷ୍ଟରେ ଉତ୍ତିର୍ଣ୍ଣ ହୋଇଯାଇଛନ୍ତି । ଏକନାଥ ସିନ୍ଧେ ସରକାରଙ୍କୁ ୧୬୪ ବିଧାୟକ ଭୋଟ ଦେଇଥିବା ବେଳେ ବିରୋଧୀଙ୍କୁ ୯୯ଟି ଭୋଟ ମିଳିଥିଲା । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ସମସ୍ତଙ୍କୁ ଧନ୍ୟବାଦ ଞାପନ କରିଥିଲେ । ଏହାପରେ ସିନ୍ଦେ ଉଦବୋଧନ ଦେଉଥିବା ସମୟରେ ହଠାତ୍ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ ।

ଭାବୁକ ହୋଇଯାଇଥିବା ସିନ୍ଧେ କହିଥିଲେ ଯେତେବେଳେ ମୁଁ ମୋ ଦୁୂଇ ପିଲାଙ୍କୁ ହରାଇଥିଲି ସେତେବେଳେ ଭାବିଥିଲି ସବୁକିଛି ଶେଷ ହୋଇଯାଇଛି । ହେଲେ ସେହି ସମୟରେ ଆନନ୍ଦ ଦିଘେ ମୋତେ ବହୁତ ବୁଝାଇଥିଲେ । ଆଉ କହିଥିଲେ ରାଜନୀତିରେ ଆଗକୁ ବଢ । ହେଲେ ମୁଁ ଭବୁଥିଲି କାହା ପାଇଁ ଆଉ ବଞ୍ଚିବି । ମୁଁ ପରିବାର ସହ ରହିବି । ବାଲାସାହେବ ଠାକରେ ଓ ଆନନ୍ଦ ଦିଘେଙ୍କ ଆଶୀର୍ବାଦରୁ ଆଜି ଏକନାଥ ସିନ୍ଧେ ସରକାର ଗଠନ କରିପାରିଛନ୍ତି । ମୋ ସହ ଗତ ୧୫-୨୦ ଦିନ ହେବ ୪୦ ବିଧାୟକ, ୧୧ ନିର୍ଦ୍ଦଳୀୟ ବିଧାୟକ ମୋ ଉପରେ ବିଶ୍ୱାସ ରଖି ଏତେ ବଡ ନିର୍ଣ୍ଣୟ ନେବାକୁ ସାହାସ ଦେଇଛନ୍ତି ସେଥିପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି ।ମୋତେ ଏବେବି ବିଶ୍ୱାସ ହେଉନାହିଁ କି ମୁଁ ମୁଖ୍ୟମନ୍ତ୍ରୀ ହୋଇଯାଇଛି । ଆଜି ମୁଁ ମୁଖ୍ୟମନ୍ତ୍ରୀ ଭାବେ ମୋର ସମ୍ବୋଧନ ଦେଉଛି । କାରଣ ମହାରାଷ୍ଟ୍ରରେ ଭିନ୍ନ ଭିନ୍ନ ଘଟଣାରେ ବିରୋଧି ଲୋକ ପ୍ରତିନିଧି ଶାସନ ଆଡକୁ ଯାଇଥାଆନ୍ତି ହେଲେ ଆଜି ଯାହା ଐତିହାସିକ ଘଟଣା ଘଟିଛି ତାହା ଦେଶ ଓ ରାଜ୍ୟ ଦେଖୁଛି ।

Show More

Related Articles

Back to top button