ଦେଶ ବିଦେଶମୁଖ୍ୟ ଖବର

କାଦୁଆ ରାସ୍ତା ଓ ପ୍ରବଳ ଘନ କୁହୁଡି ଯୋଗୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଶିମିଳିପାଳ

ଆଜି ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ମନା ।

ଆଭ୍ୟନ୍ତରୀଣ ଅଞ୍ଚଳରେ କାଦୁଆ ରାସ୍ତା ଓ ପ୍ରବଳ ଘନ କୁହୁଡି ପାଇଁ ଅଘଟଣ ଘଟିବା ଆଶଙ୍କା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଶିମିଳିପାଳକୁ ପର୍ଯ୍ୟଟକଙ୍କ ଆସିବାକୁ ମନା କରାଯାଇଛି । ପାହାଡିଆ ରାସ୍ତାରେ ଘନ କୁହୁଡି ଯୋଗୁଁ ୧୦ ମିଟର ପର୍ଯ୍ୟନ୍ତ ରାସ୍ତା ମଧ୍ୟ ଦିଶୁନି ।

ଏମିତି ପାଗ ଯୋଗୁଁ ଗତକାଲି ମଧ୍ୟ ଶିମଳିପାଳ ବନ୍ଦ ରହିଥିଲା । ପାଗ ଶୁଖିଲା ହେବା ପରେ ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିଯିବ ବୋଲି କୁହାଯାଇଛି । ଏ ନେଇ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପନିର୍ଦେଶକ ସାଇ କିରନ ଡି.ଏନ. ସୂଚନା ଦେଇଛନ୍ତି ।

Show More

Related Articles

Back to top button