Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ସିଲକ୍ୟାରା ସୁଡଙ୍ଗ ଟ୍ରାଜେଡି, ପ୍ରତିକ୍ଷଣର ଅପଡେଟ୍ ନେଉଛନ୍ତି ମୁଖ୍ୟମନ୍ତ୍ରୀ

ରେସକ୍ୟୁ ପାଇଁ ଦେଶବିଦେଶର ଆଧୁନିକ ଟେକନିକର ସହଯୋଗ ନେଉଛନ୍ତି ସରକାର

ଡେରାଡୁନ- ଉତ୍ତରକାଶୀର ସିଲକ୍ୟାରା ସୁଡଙ୍ଗରେ ରେସକ୍ୟୁ ଅପରେସନ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ମାର୍ଗଦର୍ଶନରେ ରାଜ୍ୟ ସରକାର ସୁଡଙ୍ଗରେ ଫସିରହିଥିବା ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ବାହାର କରିବା ପ୍ରୟାସରେ ଲାଗିପଡିଛନ୍ତି । ରେସକ୍ୟୁ ପାଇଁ ଦେଶ-ବିଦେଶର ଆଧୁନିକ ଟେକ୍ନୋଲୋଜିର ବ୍ୟବହାର କରାଯାଉଛି । ଏବଂ ଖୁବ ଶୀଘ୍ର ସଫଳତା ମିଳିବା ନେଇ ଆଶା କରାଯାଉଛି ।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ସିଲକ୍ୟାରା ସୁଡଙ୍ଗରେ ଫସିରହିଥିବା ଶ୍ରମିକଙ୍କ ରେସକ୍ୟୁ ଅପରେସନର କ୍ଷଣକ୍ଷଣର ଖବର ରଖୁଛନ୍ତି । ଶନିବାର ଦିନ ମୁଖ୍ୟମନ୍ତ୍ରୀ ତାଙ୍କ ସରକାରୀ ବାସଭବନରେ ଅଧିକାରୀଙ୍କ ସହ ରେସକ୍ୟୁ ଅପରେସନ ନେଇ ବୈଠକରେ ସମୀକ୍ଷା କରିଛନ୍ତି । ଅପରେସନରେ ଆସୁଥିବା ବାଧାର ମୁକାବିଲା ପାଇଁ ଯଥାସମ୍ଭବ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନିୟମିତ ଭାବେ ତାଙ୍କ ଠାରୁ ଅପଡେଟ୍ ନେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଗ୍ରାଉଣ୍ଡରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଜେନ୍ସି ସହ ଅଧିକାରୀମାନେ ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି ।

Show More

Related Articles

Back to top button