Breaking PLUSମୁଖ୍ୟ ଖବରରାଜନୀତି

ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି

ଭୁବନେଶ୍ୱର, 18 ନଭେମ୍ବର – ଭୁବନେଶ୍ବର ପଦ୍ମକେଶରୀପୁରରେ ଶାନ୍ତି ଫେରାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ । ସେ ଗତକାଲି ସନ୍ଧ୍ୟାରେ ଗାଁକୁ ଯାଇ ସ୍ଥିତି ପରଖିଥିବା ଦର୍ଶାଇଛନ୍ତି । ସେ କହିଛନ୍ତି ଯେ, ଗାଁର ୧୫୦ ଲୋକଙ୍କୁ ଗିରଫ କରି ୩ ମାସ ହେଲା ଜେଲ୍‌ ପଠାଯାଇଛି । ଗାଁରେ ଅଳ୍ପ କିଛି ମହିଳା ଓ ଶିଶୁ ଅଛନ୍ତି । ଗାଁରେ ଭୟର ବାତାବରଣ ଲାଗିରହିଛି । ଗଣ୍ଡଗୋଳର କାରଣ ଖୋଜି ତୁରନ୍ତ ଶାନ୍ତି କମିଟି ଗଠନ କରନ୍ତୁ । ଶାନ୍ତି ଫେରାଇବା ପାଇଁ ସରକାରଙ୍କ ପକ୍ଷରୁ ସେପରି ଉଦ୍ୟମ ନିଆଯାଇନାହିଁ । ବିଳମ୍ବ ନ କରି ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି କହିଛନ୍ତି ଅପରାଜିତା ଷଡଙ୍ଗୀ ।

Show More

Related Articles

Back to top button