Breaking PLUSଦେଶମୁଖ୍ୟ ଖବର

ଗିରିଡିହରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବରଯାତ୍ରୀଙ୍କ ସ୍କର୍ପିଓ, 6ମୃତ

ଗିରିଡିହ, 18 ନଭେମ୍ବର – ଝାରଖଣ୍ଡର ଗିରିଡିହ ଜିଲ୍ଲାର ବିରନୀ ଓ ମୁଫଫସିଲ ଥାନା ଅନ୍ତର୍ଗତ ସୀମାବର୍ତ୍ତୀ ଅଞ୍ଚଳରେ ସିଦ୍ଧବାରିଆର ବାଘମାରା ଗାଁରେ ଆଜି ଭୋରରେ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ 6ଜଣ ବରଯାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ମହମ୍ମଦ ୟୁସୁଫ ମିଆଁ, ଇମ୍ତିୟାଜ ମିଆଁ, ସୁଭାନ ଅନସାରୀ ଓ ସ୍କର୍ପିଓ ମାଲିକ ତଥା ଚାଳକ ସାହିର ଅନସାରୀ । ସେହିପରି 2ଜଣ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଗିରିଡିହ ନିବାସୀ ଡକ୍ଟର ଫାରୁକ ଅନସାରୀଙ୍କ ପୁଅର ବିବାହ ଥିଲା । ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓ ସାହିର ଅନସାରୀଙ୍କର ଥିବା ବେଳେ ସେ ହିଁ ଗାଡି ଚଳାଉଥିଲେ । ବରଯାତ୍ରୀରେ ସାମିଲ ହୋଇ ଘରକୁ ଫେରୁଥିବା ବେଳେ ବାଘମାରା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।

Show More

Related Articles

Back to top button