ଦେଶଦେଶ ବିଦେଶସ୍ୱତନ୍ତ୍ର

ଚୀନକୁ ଝଟକା,ଖୁବଶୀଘ୍ର ଭାରତରେ ଆଇଫୋନ୍ ପ୍ରସ୍ତୁତ କରିବ ଟାଟା

ଚୀନକୁ ଝଟକା ଖୁବଶୀଘ୍ର ଭାରତରେ ଆଇଫୋନ୍ ପ୍ରସ୍ତୁତ କରିବାକୁ ଯାଉଛି ଟାଟା । ଟାଟା ଗ୍ରୁପ ଏକ ଇଲେକ୍ଟ୍ରୋନିକ୍ସ ମେନୁଫେକ୍ଚରିଂ ଜଏଣ୍ଟ ଭେଞ୍ଚର ସ୍ଥାପିତ କରିବା ସହ ଆପଲ ଇଂକ୍‌ର ତାଇୱାନ ସପ୍ଲାୟର ‘ୱିଷ୍ଟର୍ଣ୍ଣ କର୍ପ’ଙ୍କ ସହ ଆଲୋଚନା କରୁଛନ୍ତି ବୋଲି ସୂଚନା ମିଳିଛି ।

ବ୍ଲୁମବର୍ଗ ରିପୋର୍ଟ ଅନୁସାରେ , ଆପଲ ଇଂକ୍‌ ମଧ୍ୟ ଭାରତରେ ଇଲେକ୍ଟ୍ରୋନିକ୍ସ ମେନୁଫେକ୍ଚରିଂ ଯୁଗ୍ମ ଉଦ୍ୟଗକୁ ପ୍ରୋତ୍ସାହନ ଦେବାକୁ ଚାହାନ୍ତି। ଏଣୁ କମ୍ପାନୀ ଟାଟା ଗ୍ରୁପଙ୍କ ସହ ଯୋଗାଯୋଗରେ ଅଛି । ଖୁବଶୀଘ୍ର ଟାଟା ଓ ଆପଲ କମ୍ପାନୀ ମଧ୍ୟରେ ଏକ ରାଜିନାମା ହେବ ବୋଲି ଆଶା କରାଯାଉଛି। ଯଦି ଏହା ସଫଳ ହୁଏ ତାହାଲେ ଟାଟା ଆଇଫୋନ ନିର୍ମାଣ କରିବାରେ ପ୍ରଥମ ଭାରତୀୟ କମ୍ପାନୀ ହେବେ।

ବର୍ତ୍ତମାନ ଭାରତରେ ମିଳୁଥିବା ଆଇଫୋନ ଚୀନ୍‌ ଓ ତାଇୱାନରୁ ଆସେମ୍ବ୍ ହୋଇ ମିଳୁଛି। ୱିଷ୍ଟର୍ଣ୍ଣ ଓ ଫକ୍ସକନ ଟେକ୍ନୋଲଜି ଏହି ଆସେମ୍ବ୍ଲ କରୁଛନ୍ତି। ଏଥିରେ ଯଦି ଭାରତରେ ଆଇଫୋନ ଉତ୍ପାଦନ ଆରମ୍ଭ ହୋଇଯାଏ ତେବେ ଚୀନ୍‌ କମ୍ପାନୀଙ୍କୁ ତାଗଡା ଝଟକା ଲାଗିବା ନିଶ୍ଚିତ ବୋଲି କୁହାଯାଉଛି।

 

Show More

Related Articles

Back to top button