Breaking PLUSଦେଶମୁଖ୍ୟ ଖବର

ଭାରତକୁ ସଶକ୍ତ କରିବା ପାଇଁ ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବ ଆବଶ୍ୟକ- ଶିବରାଜ

ମୁଖ୍ୟମନ୍ତ୍ରୀ ଚୌହ୍ୱାନ କହିଲେ ପ୍ରଧାନମନ୍ତ୍ରୀ ମୋଦି ଭାରତ ପାଇଁ ଭଗବାନଙ୍କ ବରଦାନ

ଶ୍ୟୌପୁର, 8 ଡିସେମ୍ବର – ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଆଗାମୀ ଲୋକସଭା ନିର୍ବାଚନରେ ଦଳର ବିଜୟ ସୁନିଶ୍ଚିତ କରିବା ଅଭିଯାନରେ ଲାଗିପଡିଛନ୍ତି । ବିଧାନସଭା ନିର୍ବାଚନରେ ଯେଉଁ ଜିଲ୍ଲାଗୁଡିକରେ ବିଜେପିର ପରାଜୟ ହୋଇଛି, ସେହି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଗସ୍ତ କରିବା ଆରମ୍ଭ କରିଦେଇଥିଲା । ବୁଧବାର ଛିନ୍ଦୱାଡା ଓ ଗୁରୁବାରରେ ଶ୍ୟୋପୁରରେ ଜନସଭାକୁ ସମ୍ବୋଧିତ କରିଛନ୍ତି ।
ବିଧାନସଭା ନିର୍ବାଚନରେ ଶ୍ୟୋପୁରର ଦୁଇଟି ସିଟରେ ବିଜେପି ପରାଜିତ ହୋଇଛି । କିନ୍ତୁ ଲୋକସଭା ନିର୍ବାଚନରେ ବିଜେପି ବହୁମତରେ ବିଜୟୀ କରିବାକୁ ଶିବରାଜ ଲାଗିପଡିଛନ୍ତି । ଭାରତକୁ ସଶକ୍ତ କରିବା ପାଇଁ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବା ଆବଶ୍ୟକ । ତାଙ୍କ ନେତୃତ୍ୱରେ ବୈଭବଶାଳୀ, ସମ୍ପନ୍ନ, ସମୃଦ୍ଧ, ଶକ୍ତିଶାଳୀ ଭାରତ ନିର୍ମାଣ ହେଉଛି । ମୋଦି ଭାରତ ପାଇଁ ଭଗବାନଙ୍କ ବରଦାନ । ଲୋକସଭା ନିର୍ବାଚନରେ ବମେ ମିଶନ-29 ପୂରଣ କରିବୁ ବୋଲି ଶିବରାଜ କହିଛନ୍ତି ।

Show More

Related Articles

Back to top button