ଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ହାଇକୋର୍ଟ ଗଲେ ଶିବସେନା

ମୁମ୍ବାଇ: ମୁମ୍ବାଇର ଶିବାଜୀ ପାର୍କରେ ଦଶହରା ରାଲି ନେଇ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ବମ୍ବେ ହାକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। କେନ୍ଦ୍ରୀୟ ମୁମ୍ବାଇରେ ଥିବା ଶିବାଜୀ ପାର୍କରେ ଦଶହରା ଶୋଭାଯାତ୍ରା ଲାଗି ଅନୁମତି ଦେବାକୁ ଦାବି କରି ଶିବସେନା ହାଇକୋର୍ଟରେ ଅପିଲ କରିଛନ୍ତି। ଏହି ପାର୍କରେ ଶିବସେନା ପ୍ରତିବର୍ଷ ବାର୍ଷିକ ଦଶହରା ଶୋଭାଯାତ୍ରା ପାଳନ କରି ଆସୁଛି। ଶିବସେନା ପକ୍ଷରୁ ସଚିବ ଅନିଲ ଦେଶାଇ ଆବେଦନ କରିଛନ୍ତି। ସେଥିରେ କୁହାଯାଛି ଯେ, ଦଶହରା ଶୋଭାଯାତ୍ରା ଲାଗି ଦଳ ପକ୍ଷରୁ ମୁମ୍ବାଇ ସିଭିକ ବଡି(ପୌର କର୍ତ୍ତୃପକ୍ଷ)ଙ୍କ ନିକଟରେ ଆବେଦନ କରିଛି। କିନ୍ତୁ ପୌର କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହିଁ। ଅନ୍ୟପକ୍ଷରେ ପୂଜା ପାଖେଇ ଆସୁଥିବାରୁ ଦଳ ପକ୍ଷରୁ ପ୍ରସ୍ତୁତି ଆଗେଇ ପାରୁନି। ଗତ ଅଗଷ୍ଟରେ ଏହି ଆବେଦନ କରାଯାଇଥିଲା। ବ୍ରିହାନ ମୁମ୍ବାଇ କର୍ପୋରେଶନକକୁ ତୁରନ୍ତ ଅନୁମତି ମଞ୍ଜୁର କରିବା ଲାଗି ନିର୍ଦ୍ଦେଶ ଦେବାକୁ ଆବେଦନ କରାଯାଇଛି। ଜଷ୍ଟିସ ଆରଡି ଧନୁକାଙ୍କ ଇଜଲାସରେ ଏହି ଆବେଦନ କରାଯାଇଛି। ତୁରନ୍ତ ଏହି ମାମଲାର ଶୁଣାଣି ପାଇଁ ଅପିଲ କରାଯାଇଥିବା ବେଳେ  ଆସନ୍ତା ଗୁରୁବାର ଶୁଣାଣି ଲାଗି ରାଜି ହୋଇଛନ୍ତି କୋର୍ଟ।  ସେନା ପକ୍ଷରୁ ଆଡଭୋକେଟ ଜୋଏଲ କାରଲୋସ୍ ମାମଲା ପରିଚାଳନା କରୁଛନ୍ତି। ୧୯୬୬ରୁ ମୁମ୍ବାଇ ଶିବାଜୀ ପାର୍କରେ ସେନା ପକ୍ଷରୁ ପ୍ରତିବର୍ଷ ଦଶହରା ଶୋଭାଯାତ୍ରା ପାଳନ କରାଯାଇ ଆସୁଛି। ପ୍ରତିବର୍ଷ ପୌର ସଂସ୍ଥା ଏଥିପାଇଁ ଅନୁମତି ଦେଇ ଥାଏ।

Show More

Related Articles

Back to top button