ଦେଶସ୍ୱତନ୍ତ୍ର

‘ଗଡଫାଦର’କୁ ୫୭ କୋଟି ଟଙ୍କାରେ କିଣିଲା ନେଟଫ୍ଲିକ୍ସ

ଟଲିଉଡ ସୁପରଷ୍ଟାର ଚିରଞ୍ଜୀବୀ ଏବଂ ସଲମାନ ଖାନଙ୍କ ଚଳଚ୍ଚିତ୍ର ରାଜନୈତିକ ଥ୍ରୀଲର ‘ଗଡଫାଦର’ OTT ରାଇଟ୍ସ ବିକ୍ରି ହୋଇଛି । ଏହି ଚଳଚ୍ଚିତ୍ରର ଡିଜିଟାଲରେ ୫୭ କୋଟି ଟଙ୍କାରେ କିଣିବାର ଖବର ସାମ୍ନାକୁ ଆସିଛି । ଏହା କୁହାଯାଉଛି ଯେ ନେଟଫ୍ଲିକ୍ସ ସହିତ ଡିଜିଟାଲ ରାଇଟ୍ସ ଚୁକ୍ତି ଶେଷ ହୋଇଛି ।

ସାଉଥ ଏବଂ ବଲିଉଡ ତାରକାଙ୍କ ଏହି ଜୁଗଲବନ୍ଦି ଦଶହରା ପର୍ବ ଅବସରରେ ଦର୍ଶକଙ୍କ ପାଇଁ ଏକ ବିଶେଷ ଉପହାର ବୋଲି ପ୍ରମାଣିତ ହୋଇପାରେ। ଏହି ଚଳଚ୍ଚିତ୍ରରେ ସଲମାନଙ୍କୁ ଏକ ବିଶେଷ ଚରିତ୍ରରେ ଦେଖିବାକୁ ମିଳିବ। ଯାହା ୫ ଅକ୍ଟୋବର ୨୦୨୨ରେ ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି।

Show More

Related Articles

Back to top button