୨୦୨୩ରେ ପରଦାକୁ ଆସିବ ଶେହନାଜଙ୍କ ଏଣ୍ଟରଟେନମେଣ୍ଟ ଫିଲ୍ମ

ମୁମ୍ବାଇ: ପଞ୍ଜାବରେ କ୍ୟାଟ୍ରିନା କୈଫ ଓରଫ୍ ଶେହନାଜ ଗିଲ୍। ଶେହେନାଜ ଟେଲିଭିଜନ ଜଗତରେ ରାଜ କରିବା ପରେ ଏବେ ବଡ ପରଦାରେ ଦେଖାଇବେ ନିଜର ଜଲୱା। ଆସନ୍ତା ବର୍ଷ ଦୀପାବଳିରେ ନିଜ ଫ୍ୟାନ୍ମାନଙ୍କୁ ଦେବେ ବଡ ଗିପ୍ଟ। ୨୦୨୩ରେ ଶେହନାଜଙ୍କ ଫୁଲ ଏଣ୍ଟରଟେନମେଣ୍ଟ ଫିଲ୍ମ ପରଦାକୁ ଆସିବ। ବଲିଉଡର ଭାଇଜାନ ସଲମାନ ଖାନ୍ ନୁହେଁ ଜନ୍ ଅବ୍ରାହମଙ୍କ ସହ ଶେହନାଜ ନିଜର ବଲିଉଡ ଡେବ୍ୟୁ କରିବେ ବୋଲି ଜାଣିବାକୁ ମିଳୁଛି। ଶେହନାଜ ସଲମାନଙ୍କ ଅପ୍କମିଂ ଫିଲ୍ମ ‘ଭାଇଜାନ’ରେ ନଜର ଆସିବେ, ଏକଥା ସମସ୍ତେ ଜାଣନ୍ତି। ଏହା ତାଙ୍କର ଡେବ୍ୟୁ ଫିଲ୍ମ ହେବ ବୋଲି କୁହାଯାଉଥିଲା। କିନ୍ତୁ ଜନ୍ଙ୍କ ସହ ଆସିବାକୁ ଯାଉଥିବା ଫିଲ୍ମର ସେ ବଲିଉଡରେ ଏଣ୍ଟ୍ରି କରିବେ ବୋଲି କୁହାଯାଉଛି। ତେବେ କ’ଣ ତାହା ଭିତରେ ରହିଛି ତାହା ଫିଲ୍ମ ରିଲିଜ ପରେ ହିଁ ପ୍ରକୃତ କଥା ଜଣାପଡିବ। ଶେହନାଜଙ୍କ ଆସିବାକୁ ଯାଉଥିବା ଫିଲ୍ମର ନାଁ ‘100%’। ଏହା ଏକ କମେଡି ଫିଲ୍ମ, ଯେଉଁରେ ଆକ୍ସନ, ରୋମାନ୍ସ, ମ୍ୟୁଜିକ ଓ ଜବରଦସ୍ତ କନଫ୍ୟୁଜନର ତଡକା ମଧ୍ୟ ରହିବ। ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଶେହନାଜ ଫିଲ୍ମର ଟିଜର ଶେୟାର କରିଛନ୍ତି। ୨୦% କମେଡି, ୨୦% ରୋମାନ୍ସ, ୨୦% ମ୍ୟୁଜିକ, ୨୦% କନ୍ଫ୍ୟୁଜନ, ୨୦% ଆକ୍ସନକୁ ମିଶାଇ ଆମେ ପୂରା ୧୦୦% ବୋଲି ଟିଜରରେ ଲେଖା ହୋଇଥିବା ଦେଖିବାକୁ ମିଳିଛି।