
ବିପୁଳ ପରିମାଣର ବ୍ରାଉନସୁଗର ଜବତ । ୬ ଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଏହି ନିଶା ସାମଗ୍ରୀ ଜବତ କରିଛି ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ପୁଲିସ । ପୂର୍ବାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଗିରଫ ନିଶା ମାଫିଆଙ୍କ ଭିତରେ ରହିଥିବା ମୁଖ୍ୟ କିଙ୍ଗପିନର ଘର ମଧ୍ୟପ୍ରଦେଶରେ। ତେବେ ଜବତ ବ୍ରାଉନସୁଗରର ପରିମାଣ ୧୦ କେଜିରୁ ଅଧିକ ହେବ। ସେମାନଙ୍କ ଠାରୁ ୨ଟି ବାଇକ୍ ଓ ୫ଟି ମୋବାଇଲ ଜବତ କରିଛି ପୋଲିସ୍ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲେଶ୍ୱର ଏସପିଙ୍କ ନେତୃତ୍ୱରେ ଏକ ଟିମ ଗତକାଲି ଫୁଲାଡି ଅଞ୍ଚଳରେ ଚଢ଼ାଉ କରିଥିଲା। ବ୍ରାଉନସୁଗାର କାରବାର କରିବାକୁ ଆସିଥିବା ଗ୍ୟାଙ୍ଗକୁ ଧରିଥିଲା । ସେମାନଙ୍କ ଠାରୁ ବିପୁଳ ପରିମାଣର ନିଷିଦ୍ଧ ନିଶା ଦ୍ରବ୍ୟ ଜବତ ହେବା ପରେ ପୁଲିସ ତଦନ୍ତ ଜୋରଦାର କରିଛି ।