ଦେଶସ୍ୱତନ୍ତ୍ର

ଆଇଏଏସ ସ୍ତରରେ ହୋଇପାରେ ଅଦଳବଦଳ,ଅବସର ନେବେ ୩ବରିଷ୍ଠ ଆଇଏଏସ ଅଫିସର

ଆଇଏଏସ ସ୍ତରରେ ହୋଇପାରେ ଅଦଳବଦଳ । ଅବସର ନେବେ ୩ବରିଷ୍ଠ ଆଇଏଏସ ଅଫିସର ।  ଅତିରିକ୍ତ ମୁଖ୍ୟ ସଚିବ ମଧୁସୂଦନ ପାଢୀ ଚଳିତ ମାସରେ ଅବସର ନେବେ। ୧୯୯୧ ବ୍ୟାଚର ଆଇଏଏସ ଅଧିକାରୀ ବର୍ତ୍ତମାନ ଓଡିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱରେ ଅଛନ୍ତି। ଏହା ସହ ଲ୍ୟାଣ୍ଡ ରେକର୍ଡସ ଓ ସେଟେଲମେଣ୍ଟ ବିଭାଗର କମିସନର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି ।

ବର୍ତ୍ତମାନ ଗୃହ ସଚିବ ଥିବା ସଞ୍ଜୀବ ଚୋପ୍ରାଙ୍କର କେନ୍ଦ୍ରରେ ଖାଦ୍ୟ ଯୋଗାଣ ସଚିବ ଭାବରେ ବଦଳି ହୋଇଛି । ତିନି ଆଇଏଏସଙ୍କ ଅବସର ଓ ସଞ୍ଜୀବ ଚୋପ୍ରା କେନ୍ଦ୍ରକୁ ଯାଉଥିବାରୁ ରାଜ୍ୟରେ ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ ସମ୍ଭାବନା ରହିଛି ।

ସେହିପରି ୧୯୮୫ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ୟୁପି ସିଂ ମଧ୍ୟ ତିନିଦିନ ପରେ ଅବସର ଗ୍ରହଣ କରିବେ । ବର୍ତ୍ତମାନ ସେ କେନ୍ଦ୍ର ବୟନ ଶିଳ୍ପ ସଚିବ ଦାୟିତ୍ୱରେ ଅଛନ୍ତି । ଚଳିତ ମାସରେ ଅବସର ନେଉଛନ୍ତି ୧୯୮୬ ବ୍ୟାଚ୍‌ର ଆଇଏଏସ ଅଧିକାରୀ ଜିଭିଭି ଶର୍ମା । ସେ ବର୍ତ୍ତମାନ କଟକ ବୋର୍ଡ ଅଫ୍‌ ରେଭିନ୍ୟୁର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି ।

 

Show More

Related Articles

Back to top button