Breaking PLUSଦେଶମୁଖ୍ୟ ଖବର

ଗନ୍ଧମାର୍ଦ୍ଦନରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ

ବରଗଡ-ଗନ୍ଧମାର୍ଦ୍ଧନରେ ମାଓ ବିରୋଧୀ ଅପରେସନ । ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଦନ ପାହାଡ଼ରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରୁ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଏବେ ମଧ୍ୟ ସେଠାରେ ଜାରି ରହିଛି ଅପରେସନ।

ଗତକାଲି ବିଳମ୍ବିତ ରାତିରେ ସୁରକ୍ଷାକର୍ମୀମାନେ ଗନ୍ଧମାର୍ଦ୍ଦନ ପାହାଡ଼ରେ ସର୍ଚ୍ଚ ଅପରେସନ ଚଳାଇଥିଲେ। ଏହି ସମୟରେ ହଠାତ୍‌ ଅପର ପାର୍ଶ୍ୱରୁ ଆଖିବୁଜା ଫାୟାରିଂ ହେବା ଆରମ୍ଭ ହେଲା।

ଗନ୍ଧମାର୍ଦ୍ଦନ ପାହାଡ଼ରେ ବହୁ ସଂଖ୍ୟାରେ ନକ୍ସଲ ଥିବା ବେଳେ ସେମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବରେ ସୁରକ୍ଷା କର୍ମୀମାନେ ବି ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଗୁଳି ବିନିମୟ ହେବା ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିବା ଜଣାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button