Breaking PLUSଦେଶ ବିଦେଶମୁଖ୍ୟ ଖବର

ରାଷ୍ଟ୍ରପତି ନିର୍ବାଚନରେ ପରାଜୟ ବରଣ କରିବା ପରେ, ପ୍ରତିରକ୍ଷା ସଚିବ ମାର୍କ ଏସପରଙ୍କୁ ବହିଷ୍କାର କଲେ ଟ୍ରମ୍ପ

ରାଷ୍ଟ୍ରପତି ନିର୍ବାଚନରେ ପରାଜୟ ବରଣ କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରତିରକ୍ଷା ସଚିବ ମାର୍କ ଏସପରଙ୍କୁ ବରଖାସ୍ତ କରିଛନ୍ତି ଟ୍ରମ୍ପ ।

ରାଷ୍ଟ୍ରପତି ନିର୍ବାଚନରେ ପରାଜୟ ବରଣ କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରତିରକ୍ଷା ସଚିବ ମାର୍କ ଏସପରଙ୍କୁ ବରଖାସ୍ତ କରିଛନ୍ତି ଟ୍ରମ୍ପ । ଏ ସମ୍ପର୍କରେ ଟ୍ୱିଟରରେ ଘୋଷଣା କରି ଟ୍ରମ୍ପ କହିଛନ୍ତି ଯେ ଜାତୀୟ ଆତଙ୍କବାଦ ନିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଖ୍ରୀଷ୍ଟୋଫର ମିଲର ତୁରନ୍ତ କାର୍ଯ୍ୟକାରୀ ପ୍ରତିରକ୍ଷା ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ। ରାଷ୍ଟ୍ରପତି ତାଙ୍କ ଟ୍ୱିଟ୍‌ରେ କହିଛନ୍ତି ଯେ ଖ୍ରୀଷ୍ଟୋଫର ମିଲର ବହୁତ ଭଲ କାମ କରିବେ। ସେ ମାର୍କ ଏସପରଙ୍କୁ ତାଙ୍କ ସେବା ପାଇଁ ଧନ୍ୟବାଦ ଜଣାଇ ଟ୍ରମ୍ପ କହିଛନ୍ତି ଯେ ତାଙ୍କୁ ବରଖାସ୍ତ କରାଯାଇଛି।

Show More

Related Articles

Back to top button