Breaking PLUSଦେଶ ବିଦେଶମୁଖ୍ୟ ଖବର

କରୋନା ଟୀକା ଆସିବା ପୂର୍ବରୁ ଆମେରିକାର ଦୁଇ ଲକ୍ଷ ଲୋକଙ୍କ ଜୀବନ ନେଇସାରିଥିବ କରୋନା – ଜୋ ବିଡେନ୍

ନିକଟରେ ଆମେରିକାର 46 ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଡେମୋକ୍ରାଟିକ୍ ପାର୍ଟି ନେତା ଜୋ ବିଡେନ କରୋନା ଭାଇରସ ଟିକା ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ମହାମାରୀ କରୋନା ଜୀବାଣୁ ପାଇଁ ଟିକା ଉପଲବ୍ଧ ନହୋଇଛି ସେ ପର୍ଯ୍ୟନ୍ତ ଦେଶରେ (ଯୁକ୍ତରାଷ୍ଟ୍ର ଆମେରିକାରେ) ପ୍ରାୟ ଦୁଇ ଲକ୍ଷ ଲୋକଙ୍କ ମୃତ୍ୟୁ ବରଣ କରିପାରନ୍ତି।

ବିଡେନ କହିଛନ୍ତି, ‘କରୋନା କାରଣରୁ ଦେଶରେ ପ୍ରତିଦିନ ପ୍ରାୟ ଏକ ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି ଏବଂ ଏହି ରୋଗ ଯୋଗୁଁ ଏପର୍ଯ୍ୟନ୍ତ 240,000 ଲୋକ ପ୍ରାଣ ହରାଇଛନ୍ତି । ଆକଳନ ଅନୁଯାୟୀ କରୋନା ଟିକା ବ୍ୟାପକ ଭାବରେ ଉପଲବ୍ଧ ନହେବା ପର୍ଯ୍ୟନ୍ତ ଆଉ 2,00,000 ଲୋକ ମୃତ୍ୟୁ ବରଣ କରିପାରନ୍ତି । ‘

ଏହାପୂର୍ବରୁ ରବିବାର ଦିନ ଜୋ ବିଡେନ କରୋନା ଜୀବାଣୁ ବିରୋଧରେ ଲଢେଇ ତାଙ୍କ ପ୍ରଶାସନ ପାଇଁ ପ୍ରାଥମିକତା ବୋଲି କହିଥିଲେ ଏବଂ ଲକଡାଉନ୍, ମାସ୍କ ପରିଧାନ କରିବା ଏବଂ ଅନ୍ୟାନ୍ୟ ପଦକ୍ଷେପ ଉପରେ ପରାମର୍ଶ ଦେବା ପାଇଁ ନୂତନ ଆମେରିକା ସରକାର ଏକ ବିଶେଷଜ୍ଞ ଦଳ ନିଯୁକ୍ତ କରିବେ ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ ଆମେରିକା ସମଗ୍ର ବିଶ୍ୱରେ ସର୍ବାଧିକ କରୋନା ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛି । ଆମେରିକାରେ ବର୍ତ୍ତମାନ ସୁଦ୍ଧା 99,68,015 ଜଣ ଲୋକ ଏହି ମହାମାରୀ ଦ୍ୱାରା ସଂକ୍ରମିତ ହୋଇସାରିଲେଣି । ଏବଂ ବର୍ତମାନସୁଦ୍ଧା 2,37,568 ଜଣ ଲୋକ ପ୍ରାଣ ହରାଇଛନ୍ତି ।

Show More

Related Articles

Back to top button