ଦେଶ ବିଦେଶବାଣିଜ୍ୟ

ସୁନା ଦାମ ୧୦୦୦ ଓ ରୂପ ଦାମ ୨୦୦୦ ହ୍ରାସ, ଆସନ୍ତୁ ଜାଣିବା କାରଣ

ଆଗକୁ ଦିପାବଳୀ ସାଙ୍ଗକୁ ଧନତେରସ। ଦେଶର ସ୍ୱର୍ଣ୍ଣଳଙ୍କାର ବଜାର ଜମି ଆସୁଥିବା ବେଳେ ସୋମବାର ଅଚାନକ ସୁନା ଓ ରୂପା ଦର ଆଣ୍ଠୁମାଡି ବସିପଡିଛି। ଏଥିରେ ପ୍ରତି ୧୦ ଗ୍ରାମ ସୁନା ମୂଲ୍ୟରେ ଅନୁନ୍ୟ ୧ ହଜାର ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇଥିବା ବେଳେ ରୂପା କେଜି ପିଛା ୨ ହଜାର ଟଙ୍କା ଖସିଛି

ଆମେରିକୀୟ ଔଷଧ ନିର୍ମାତା ଫାଇଜରଙ୍କ ପ୍ରସ୍ତୁତ କୋଭିଡ-୧୯ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଫଳାଫଳ ଘୋଷଣା ସ୍ୱର୍ଣ୍ଣଳଙ୍କାର ବଜାରକୁ ଚିତ୍‌ କରିଦେଇଛି।ସୋମବାର ସକାଳେ କାରବାର ଆରମ୍ଭ ବେଳେ ସୁନାରୂପା ବଜାର ଗତ ଦିନମାନଙ୍କ ଭଳି ବେଶ୍ ଦମ୍ଭରେ ଖୋଲିଥିଲା। ଡଲାର ଦୁର୍ବଳତା ହେତୁ ଦର ବଢିବାରେ ବି ଲାଗିଥିଲା। ତେବେ ଦିନ ସରିଆସିବା ବେଳକୁ ଫାଇଜର ତାଙ୍କ ଫେଜ୍-୩ କରୋନା ଭେକ୍ସି ପରୀକ୍ଷଣର ପ୍ରଥମ ସେଟ୍‌ ଫଳାଫଳ ଘୋଷଣା କରିଥିଲେ। ଏଥିରେ ତାଙ୍କ କୋଭିଡ ଭେକ୍ସିନର ୯୦ ପ୍ରତିଶତରୁ ଅଧିକ ସଫଳତା ଦାବି କରିବା ବିଶ୍ୱକୁ ଆଶ୍ୱସ୍ତ କରିଥିବା ବେଳେ ବଜାରର ମତି ବଦଳାଇଦେଇଛି।

ଟିକା ଫଳାଫଳ ଘୋଷଣା କରି ଫାଇଜର ଚେୟାରମ୍ୟାନ ତଥା ସିଇଓ ଅଲବର୍ଟ ବରଲା ଆଜିର ଦିନକୁ ‘ବିଜ୍ଞାନ ଓ ମାନବତା’ ଲାଗି ଏକ ଐତିହାସି ଦିନ ବୋଲି କହିଛନ୍ତି। ଆମେ ଏବେ ସୁଡ଼ଙ୍ଗ ଶେଷର ଆଲୋକ ଦେଖିପାରିବା ବୋଲି ସେ କହିଥିବା ବେଳେ ନ୍ୟୁୟର୍କ ଟାଇମ୍ସ ଫାଇଜର ତାଙ୍କ କ୍ଲିନିକାଲ ଟ୍ରାଏଲରୁ ମାତ୍ର ସ୍ୱଳ୍ପ ତଥ୍ୟ ପ୍ରକାଶ କରିଥିବା ଉଲ୍ଲେଖ କରିଛନ୍ତି। ବାହ୍ୟ ବିଶେଷଜ୍ଞ ପାନେଲଙ୍କ ଦ୍ୱାରା ତଥ୍ୟର ଆନୁଷ୍ଠାନିକ ସମୀକ୍ଷା ପରେ ଫାଇଜର କୋଭିଡ ଟିକାର ଯେଉଁ ସଫଳତା ଦାବି କରୁଛନ୍ତି, ଯଦି ସମ୍ପୂର୍ଣ୍ଣ ଫଳାଫଳ ଅଧ୍ୟୟନ କରାଯାଏ ତେବେ ଏହା ସେହି ସ୍ତରର ସୁରକ୍ଷା ଯାହା ପିଲାଦିନେ ଦିଆଯାଇଥିବା ମିଳିମିଳା ପାଇଁ ଟିକା ଭଳି ବୋଲି କହିଛି।

Show More

Related Articles

Back to top button