ଦେଶ ବିଦେଶମୁଖ୍ୟ ଖବର

ଟାଟାଏମଡି ବଜାରକୁ ଛାଡିବ ନୂଆ କୋଭିଡ୍-୧୯ ଟେଷ୍ଟିଙ୍ଗ କିଟ

କରୋନା ସଂକ୍ରମଣର ପ୍ରକୋପ କିଛିଟା କମିଥିଲେ ମଧ୍ୟ ବିପଦ ଏ ଯାଏଁ ଟଳିନି। ଏହା ମଧ୍ୟରେ ଟାଟା ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ ଲିମିଟେଡ୍(ଟାଟାଏମଡି) ସୋମବାର କୋଭିଡ୍-୧୯ର ନୂତନ ନୈଦାନିକ ପରୀକ୍ଷଣର ଶୁଭାରମ୍ଭ କରିଛି

ଏହାର ପରୀକ୍ଷଣ ପୂର୍ବାପେକ୍ଷା ଅଧିକ ସରଳ ଏବଂ ପ୍ରଭାବଶାଳୀ ରହିଛି। ସମଗ୍ର ଦେଶରେ ବଡ ସଂଖ୍ୟାରେ ପରୀକ୍ଷଣ କରିବା ପାଇଁ ଏହା ସକ୍ଷମ ଅଟେ।କମ୍ପାନୀର ଟେଷ୍ଟ କିଟ୍ ‘ଟାଟା ମେଡ୍‌ଚେକ୍‌’ ସିଏସଆଇଆର-ଆଇଜିଆଇବିର ମିଳିତ ସହଭାଗିତାରେ ବିକଶିତ କରାଯାଇଛି। ଏହା ମେଡିକାଲ ରିସର୍ଚ୍ଚ ଆଣ୍ଡ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଅଫ ଇଣ୍ଡିଆ(ଡିସିଜିଆଇ) ଦ୍ଵାରା ଅନୁମୋଦିତ। ଶୀଘ୍ର ପୂରା ଭାରତରେ ଡାଏଗ୍ନୋଷ୍ଟିକ ସେଣ୍ଟର ଓ ହସ୍ପିଟାଲ ଗୁଡିକରେ ଏହାକୁ ଉପଲବ୍ଧ କରାଯିବ।ପୂରା ଦେଶରେ ପରୀକ୍ଷଣ ଉପଲବ୍ଧ କରାଇବା ପାଇଁ କମ୍ପାନୀ ହସ୍ପିଟାଲ, ଡାଇଗ୍ନୋଷ୍ଟିକ ବଂ ଲାବୋରାଟୋରୀ ସହ ଭାଗିଦାରୀ କରିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି। ଚେନ୍ନାଇ ଫ୍ୟାକ୍ଟ୍ରିରେ ମାସିକ ୧୦ ଲକ୍ଷ ୟୁନିଟ୍ ଉତ୍ପାଦନର କ୍ଷମତା ସହ ପ୍ରସ୍ତୁତ ରହିଛି।

ଅର୍ଥାତ ମାସକୁ ୧୦ ଲକ୍ଷ ନମୂନାର କରୋନା ପରୀକ୍ଷଣ ହୋଇ ପାରିବ।କମ୍ପାନୀ କହିଛି ଆମେ ପରୀକ୍ଷଣକୁ ଅଧିକ କୁଶଳୀ ଏବଂ ବିଶ୍ଵସନୀୟ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଛୁ। ଏହା ସଂପୂର୍ଣ୍ଣ ଭାବେ ଟାଟା ଦ୍ଵାରା ସ୍ଵଦେଶ ବିକଶିତ ବୋଲି ଡାଏଗ୍ନୋଷ୍ଟିକ ଲିମିଟେଡ୍‌ର ସିଇଓ ଗିରିଶ କୃଷ୍ଣମୂର୍ତ୍ତି କହିଛନ୍ତି।ଆମେ ଆଇଜିଆଇବି ଲ୍ୟାବ୍ ସହିତ ଭାଗିଦାରୀ କରିଛୁ ଏବଂ ତାଙ୍କ ସହିତ ବହୁତ ନିକଟତର ହୋଇ ଏ ଦିଗରେ କାର୍ଯ୍ୟ କରିଛୁ। ଆଜି ଆମେ ପ୍ରାୟ ୧୦୦ ଦିନ ଭିତରେ ଉତ୍ପାଦନକୁ ବ୍ୟବସାୟିକ ଭାବେ ଆରମ୍ଭ କରିବାକୁ ପ୍ରସ୍ତୁତ। ଆମେ ଏହାକୁ ପ୍ରାପ୍ତ କରିବାରେ ବହୁତ ପରିଶ୍ରମ କରିଛୁ ବୋଲି ସିଇଓ କହିଛନ୍ତି।

Show More

Related Articles

Back to top button