ଜୀବନଚର୍ଯ୍ୟା

ଶନିବାର ଦିନ ମା ଲକ୍ଷ୍ମୀ ଓ ହନୁମାନଙ୍କୁ ସନ୍ତୁଷ୍ଟ କରନ୍ତୁ

ନିଜ ଆର୍ଥିକ ଅବସ୍ଥାକୁ ସୁଧାରନ୍ତୁ

କଣ ଆପଣ ଜାଣିଛନ୍ତି ଶନିବାର ଦିନ ପୂଜା କରିବାର ବିଶେଷ ପ୍ରଭାବ ଆପଣଙ୍କ ଦୈନନ୍ଦିନ ଜୀବନ ଉପରେ ମଧ୍ୟ ପଡିଥାଏ l ଆମେ ପ୍ରାୟ ଶନିବାର ଦିନ ହନୁମାନଙ୍କୁ ହିନ୍ଦୁ ଧର୍ମରେ ପୂଜା କରିଥାଉ l ଏପରି କିଛି ବିଶେଷ କଥା ରହିଛି ଯାହାକୁ ଅଧିକାଂଶ ଲୋକ ମାନିବାକୁ ବାଧ୍ୟ ହୋଇଥାନ୍ତି l ହିନ୍ଦୁ ଧର୍ମ ଅନୁସାରେ ଶନିବାର ଦିନ ଏପରି କିଛି ଉପାୟ କରିବା ଦ୍ୱାରା ହନୁମାନଙ୍କ ସହିତ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇ ପାରିବେ l ଏହା ଦ୍ୱାରା ଆପଣ ନିଜ ବ୍ୟବସାୟରେ ଉନ୍ନତି କରିବା ସହିତ ଚାକିରୀ କ୍ଷତ୍ରରେ ମଧ୍ୟ ଉନ୍ନତି କରିବେ l ଅଧିକାଂଶ ଜ୍ୟୋତିର୍ବିଦ କହିଥାନ୍ତି ଯେ ଶନିବାର ଦିନଟି କୌଣସି ନୂତନ କାର୍ଯ୍ୟ ପାଇଁ ଶୁଭ ହୋଇ ନଥାଏ ,କିନ୍ତୁ ଏହି କାର୍ଯ୍ୟ ଦ୍ୱାର ଆପଣ ନୂତନ କାର୍ଯ୍ୟ ମଧ୍ୟ ଆରମ୍ଭ କରି ପାରିବେ l

* ସୋରିଷ ତେଲର ଦୀପ ମଧ୍ୟ ଏହି ଉପାୟ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ l ଯଦି ଆପଣଙ୍କ ଜାତକରେ ସାନିଙ୍କର ଦୋଷ ରହିଛି ତାର ସମାଧାନ କରିବା ପାଇଁ ଆପଣ ଓସ୍ତ ଗଛ ନିକଟରେ ସୋରିଷ ତେଲର ଦୀପ ଲଗାନ୍ତୁ l ଯାହା ଦ୍ୱାରା ଆପଣଙ୍କର ସାନି ଦୋଷ କୁଣ୍ଡଳିରୁ କାଟି ଯିବ l ତା ସହିତ ଶନିବାର ଦିନ ସୂର୍ଯ୍ୟାସ୍ତ ପରେ ଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ଘିଅ ଦୀପରେ କିଛି ରାଶି ପକାଇ ଅର୍ପଣ କରନ୍ତୁ l ଏହି ଦିପ୍ତୀ ଜଳାଇବା ପରେ ମା ଲକ୍ଷ୍ମୀଙ୍କୁ ପ୍ରଣାମ କରି ସିଧା ସଳଖ ଚାଲି ଆସନ୍ତୁ ,ଯେପରି ପଛକୁ ବୁଲି ନଦେଖନ୍ତି l

* ଯଦି କୌଣସି ଆର୍ଥିକ ସମସ୍ୟା ସହିତ ଶାରୀରିକ ସମସ୍ୟା ବାରମ୍ବାର ଦେଖା ଦେଉଛି ତେବେ ଶନିବାର ଦିନ ହନୁମାନଙ୍କ ନିକଟରେ ସୁନ୍ଦରା କାଣ୍ଡ ପାଠ କରନ୍ତୁ l ଏହା ଦ୍ୱାରା ଆପଣଙ୍କର ସାନି ଓ ରାହୁର ପୀଡା ଦୂର ହୋଇଯିବ l ସୁନ୍ଦରା କାଣ୍ଡ ପାଠ ସମୟରେ ହନୁମାନଙ୍କ ପାଖରେ ଘିଅ ଦୀପ ଜଳାଇ ରଖନ୍ତୁ l ଶନିବାର ଦିନ ସୁନ୍ଦରା କାଣ୍ଡର ବିଶେଷ ମହତ୍ୱ ରହିଛି l ହନୁମାନଙ୍କର ପ୍ରିୟ ଫୁଲ ହେଲା ନାଲି ମନ୍ଦାର ,ନାଲି ମନ୍ଦାର ସହିତ ହନୁମାନଙ୍କୁ ବେଲପତ୍ର ଓ ତୁଳସୀ ପତ୍ର ନିଶ୍ଚିନ୍ତ ଅର୍ପଣ କରିବେ l ଯାହା ଦ୍ୱାରା ଆପଣଙ୍କର ରିଷ୍ଟ ଖଣ୍ଡନ ହେବ ସହିତ ଆର୍ଥିକ ଅବସ୍ଥା ମଧ୍ୟ ସୁଧୁରି ଯିବା l

Show More

Related Articles

Back to top button