ଆଜିଠାରୁ ସାରାଦେଶରେ ଆରମ୍ଭ ହେଉଛି କରୋନା ଟିକାକରଣ କାର୍ଯ୍ୟକ୍ରମ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ ଜିଲ୍ଲାରେ ୨ଟି ସେଣ୍ଟରରେ କରାଯାଇଛି । ତେବେ ଏହି ଟିକାକରଣ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ମେଡିକାଲ ଏବଂ ବନ୍ତଳା ଡାକ୍ତରଖାନାରେ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି।ତେବେ ଅନୁଗୁଳ ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ୫୧୦୦ ଡୋଜ କରୋନା ଭାକସିନ୍ ଆସି ପହଞ୍ଚିଛି ।
୫ଜଣିଆ ଭାକ୍ସିନେସନ ଟିମ୍ ସହ ୨୦୧ ଭାକ୍ସିନେଟର ନିୟୋଜତ ହୋଇଛନ୍ତି । ଏହି ଟିକାକରଣରେ ଫ୍ରଣ୍ଟ ଲାଇନ୍ ଓ୍ୱାର୍କରଙ୍କ ପ୍ରଥମ କରୋନା ଭାକ୍ସିନ୍ ଦିଆଯିବ । ଟିକାର ଅଧଘଣ୍ଟାରେ ପାଇଁ ମେଡିକାଲରେ ବିଶ୍ରାମ ନେବେ । ତେବେ କୌଣସି ପ୍ରକାରର ସହାୟତା ପାଇଁ ୨ଟି ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଥିବା ସିଡିଏମ୍ଓ କହିଛନ୍ତି। ଟିକା ନେବାପାଇଁ ଭୟ ନକରିବା ପାଇଁ ମଧ୍ୟ କହିଛନ୍ତି ସିଡିଏମ୍ଓ ।