ଓଡ଼ିଶାମୁଖ୍ୟ ଖବର

ଆଜିଠୁ ଆରମ୍ଭ ହେବ କୋଭିଡ଼ ଟିକାକରଣ, ସମ୍ ହସ୍ପିଟାଲରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା

ଆଜି ସାରା ଦେଶରେ ହେବ କୋଭିଡ୍ ଟିକାକରଣ । ସୋଆ କୁଳପତି ପ୍ରଫେସର ଡକ୍ଟର ଅଶୋକ ମହପାତ୍ରଙ୍କ ସମେତ ଆଇଏମଏସ୍‌ ସମ୍ ହସ୍ପିଟାଲ ଓ ସମ୍ ଅଲ୍ଟିମେଟ ମେଡିକେୟାରର ୫ ଜଣ ଡାକ୍ତର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶୁଭାରମ୍ଭ ହେବାକୁ ଥିବା ଭର୍ଚ୍ଚୁଆଲ ଟିକାକରଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନୋନୀତ ହୋଇଛନ୍ତି

ଟିକାକରଣ ପାଇଁ ସମ୍ ହସ୍ପିଟାଲରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଟିକାକରଣ ପାଇଁ ରାଜଧାନୀର ୬ଟି ହସ୍ପିଟାଲକୁ ଚୟନ କରାଯାଇଛି । ସେଥି ମଧ୍ୟରେ ସମ୍ ହସ୍ପିଟାଲ ରହିଛି ।ତେବେ ସମର ସ୍ୱତନ୍ତ୍ର ଟିକାକରଣ ୱାର୍ଡକୁ ସାନିଟାଇଜ୍ କରାଯିବା ସହ, ୱାର୍ଡକୁ ୩ଟି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମେ ପ୍ରତୀକ୍ଷାଳୟରେ ପଞ୍ଜିକୃତ ସ୍ୱାସ୍ଥ୍ୟ କର୍ମୀମାନେ ନିଜ ନିଜର ପରିଚୟ ପତ୍ର ଦେଖାଇ ଟିକାକରଣ ଗୃହକୁ ପ୍ରବେଶ କରିବେ । ସମ୍ ହସ୍ପିଟାଲର ୧୦୦ଜଣ ସ୍ବାସ୍ଥ୍ୟକର୍ମୀ କୋଭାକ୍ସିନ ଟିକା ନବେ ।

ଟିକା କରଣ ପରେ ସେମାନଙ୍କୁ ୩୦ ମିନଟ ଯାଏଁ ଅବଜରଭେସନ ଗୃହରେ ରଖାଯିବ । ସ୍ୱାସ୍ଥ୍ୟ ପରୀକ୍ଷା ସହ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲେ ସଂଗେ ସଂଗେ ଚିକିତ୍ସା କରାଯିବ । ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁର ସର୍ଜନ ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କୁ ପ୍ରଥମେ ଟିକା ପ୍ରଦାନ କରାଯିବ । ଟିକାକରଣ ପାଇଁ ୬ଟି ଅସ୍ଥାୟୀ ହଲ ପ୍ରସ୍ତୁତ କରାଯାଇଥିବା ବେଳେ ୨ଟି ହଲକୁ ରେଜିଷ୍ଟ୍ରେସନ,୨ଟିକୁ ଟିକାକରଣ, ଏବଂ ୨ଟି ହଲ୍ କୁ ଟିକା ଗ୍ରହଣ ଓ ବିଶ୍ରାମ ନିମନ୍ତେ ପ୍ରସ୍ତୁତ ରଖାଯାଇଛି ।

Show More

Related Articles

Back to top button