ଦେଶ ବିଦେଶମୁଖ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେବ ଟୀକାକରଣର ଶୁଭାରମ୍ଭ

ଦେଶବ୍ୟାପୀ ଶନିବାର କରୋନା ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବାହ୍ନ ୧୦.୩୦ରେ ଏହି କାର୍ଯ୍ୟକ୍ରମର ଆରମ୍ଭ କରିବେ । ପ୍ରଥମ ଦିନରେ ୩କୋଟି ସ୍ୱାସ୍ଥ୍ୟସେବୀ ଓ ପ୍ରତ୍ୟେକ୍ଷ ସେବା ପ୍ରଦାନକାରୀ ଲୋକଙ୍କୁ ଟୀକାର ପ୍ରଥମମାତ୍ରା ଦିଆଯିବ । ନୀତି ଆୟୋଗର ସଦସ୍ୟ ଭିକେ ପାଉଲ କହିଛନ୍ତି ଯେ, ଏଥିଲାଗି ସବୁ ପ୍ରସ୍ତୁତି ସରିଛି । ବିଶ୍ୱର ଏହା ହେଉଛି ସବୁଠୁ ବଡ ଟୀକାକରଣ କାର୍ଯ୍ୟକ୍ରମ । ଶନିବାର ଦେଶର ୩ହଜାର କେନ୍ଦ୍ରରେ ଏହି ଟୀକାକରଣ ଅଭିଯାନ ଆରମ୍ଭ ହେବ । ପ୍ରତି କେନ୍ଦ୍ରରେ ୧୦୦ଲୋକଙ୍କୁ ଟୀକା ଦିଆଯିବ

ଅଭିଯାନ ଅଗ୍ରଗତି କରିବା ସହ ପରବର୍ତ୍ତୀ ସମୟରେ ୫ହଜାରରୁ ଅଧିକ କେନ୍ଦ୍ରରେ ଟୀକାକରଣ କରାଯିବ । ପ୍ରଥମ ମାତ୍ରା ୩କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ । ଏହାପରେ ୫୦ରୁ ଉଦ୍ଧ୍ୱର୍ ବୟସ୍କଙ୍କୁ ଟୀକା ଦିଆଯିବ । ସେମାନଙ୍କ ସଂଖ୍ୟ ୨୭ କୋଟି ହେବ । ଟୀକାକରଣ ଅଭିଯାନ ପୂର୍ବରୁ କରୋନା ଟୀକା ଦେଶର ବିଭିନ୍ନ କେନ୍ଦ୍ରରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସୂଚନା ଅନୁଯାୟୀ ସେରମ୍ ଇଷ୍ଟିଚୁ୍ୟଟର କୋଭିଶଲ୍ଡ ଟୀକାର ଦର ହାରାହାରି ୨୦୦ ଟଙ୍କା ଓ କୋଭାକ୍ସିନ୍ର ହାରାହାରି ଦର ୨୦୬ଟଙ୍କା ରହିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ସେହିପରି ରାଜ୍ୟରେ ଶନିବାର ଠାରୁ ଆରମ୍ଭ ହେବ କରୋନା ଟୀକାକରଣ । ଏହି ପ୍ରଥମ ପର୍ଯ୍ୟାୟ ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯୟାୟରେ ପହଞ୍ଚିଛି । ପ୍ରଥମେ ପଞ୍ଜିକୃତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକାଦିଆଯିବ । ଏନେଇ ଗୁରୁବାର ଠାରୁ ସ୍ୱାସ୍ଥ୍ୟକର୍ମୀଙ୍କ ମୋବାଇଲ ଫୋନକୁ ଏସ୍ଏମ୍ଏସ୍ ପଠାଯାଇଛି । କେଉଁଠି ଓ କତେବେଳେ ଟୀକା ଦିଆଯିବ ତାହାର ସବିଶେଷ ସୂଚନା ଏସ୍ଏମ୍ଏସ୍୍ ମାଧ୍ୟମରେ ଜଣାଇ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନାଅନୁସାରେ ଆସନ୍ତା ୧୬ ତାରିଖରେ ରାଜ୍ୟର ୧୬୦ଟି ନିର୍ଦ୍ଧାରିତ ଡାକ୍ତରଖାନାରେ କରୋନା ଟୀକାକରଣ ଆରମ୍ଭ କରାଯିବ । ପ୍ରଥମେ ଜଣେ ସଫେଇ କର୍ମଚାରୀଙ୍କୁ ଟୀକା ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବାକୁ ଗୁରୁତ୍ୱ ଦିଆଯାଇଛି । କାରଣ ତଳ ଶ୍ରେଣୀର କର୍ମଚାରୀଙ୍କୁ ପ୍ରଥମେ ଟୀକା ଦିଆଗଲେ ତାହା ସମାଜକୁ ଏକ ସକାରାତ୍ମକ ବାର୍ତ୍ତା ଦେବ । ତେଣୁ ଏହି ଆଧାରରେ ଜିଲ୍ଲା ସ୍ତରରେ ଜଣେ ଲେଖାଏଁ ସଫେଇ କର୍ମଚାରୀ, ଆଶାକର୍ମୀ ବା ଅଙ୍ଗନବାଡି ଦିଦିଙ୍କୁ ପ୍ରଥମେ ଟୀକା ଦେବାର ସମ୍ଭାବନା ଅଛି । ରାଜ୍ୟରେ ପ୍ରଥମ ପର୍ଯ୍ୟୟରେ ୧ଲକ୍ଷ୯୨ହଜାର ୫୫୫ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କ କରୋନା ପ୍ରତିଷେଧକ ଟୀକାକରଣ ପାଇଁ ୪ଲକ୍ଷ ୮ହଜାର କୋଭିଶିଲ୍ଡ ଓ ୨୦ହଜାର କୋଭାକ୍ସିନ୍ ଟୀକା ଆସିଛି । ଟୀକାକରଣ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ତେବେ ଟୀକା ନେବା ପରେ ୩୦ ମିନିଟ୍ ପର୍ଯ୍ୟନ୍ତ ଅବଜରଭେସନରେ ରଖାଯିବ । ପ୍ରତିଟି ବ୍ୟକ୍ତିଙ୍କୁ ଗୋଟିଏ ପ୍ରକାରର ଟୀକାଦିଆଯିବ । ପ୍ରଥମ ଦିନ ସମୁଦାୟ ୧୬ହଜାର ହିତାଧିକାରୀଙ୍କୁ ଟୀକା ଦିଆଯିବ । ଏହି ଟୀକାକରଣ ସମୟରେ ଜାରି ହୋଇଥିବା ଗାଇଡ୍ ଲାଇନ୍ ପାଳନ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଜିଲ୍ଲାପାଳ ଓ ମାହାନଗର ନିଗମକୁ ନିଦେ୍ର୍ଦଶ ଦେଇଛନ୍ତି ।

ଦୀର୍ଘ ଦଶମାସ ପରେ କରୋନା ଆତଙ୍କ ଶେଷ ହେବାକୁ ଯାଉଛି । କରୋନା ସକ୍ରମଣ ରୋକିବା ପାଇଁ ବିଶ୍ୱବାସୀ ନୂଆ ନୂଆ ରଣନୀତି ଆପଣାଇଥିବା ବେଳେ ଆମ ଦେଶ ମଧ୍ୟ ଏ ଦିଗରେ ପଛରେ ପଡିନଥିଲା । ଭାରତୀୟ ବୈଜ୍ଞାନିକ ମାନଙ୍କର ନିରନ୍ତର ପ୍ରୟାସ ପରିଶେଷରେ ସଫଳ ହୋଇଛି । କେନ୍ଦ୍ର ସରକାର ମଙ୍ଗଳବାର ଠାରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଟୀକା ପଠାଇବା ଆରମ୍ଭ କରିଛନ୍ତି । ଏହା ଓଡିଶାବାସୀଙ୍କ ପାଇଁ ମଧ୍ୟ ଖୁସି ଖବର । ଗତକାଲି ଅପରାହ୍ନ ୩. ୪୦ ମିନିଟିରେ ଓଡିଶା ରେ କରୋନା ଟୀକା କୋଭିସିଲ୍ଡ ପହଞ୍ଚିଛି । ଏଠାରେ ସୂଚନାଯୋଗ୍ୟ ଯେ, ଭାରତ ସରକାର ଦୁଇଟି ଟୀକାକୁ ଅନୁମତି ଦେଇଛନ୍ତି । ଏହି ଦୁଇଟି ଟୀକା ହେଲା ଅକ୍ସଫୋଡ ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଓ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ।

୧୬ ତାରିଖରୁ ସାରା ଦେଶରେ ଟୀକାକରଣ ଆରମ୍ଭ ହେବ । ଏହି ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ଆମ ରାଜ୍ୟ ସମେତ ଦେଶବାସୀ । ଟୀକାକରଣ ଆରମ୍ଭ ହେବା ପୂର୍ବରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଟୀକା ପରିଚାଳନା ବ୍ୟବସ୍ଥା ନିଶ୍ଚିତ କରାଯିବା ନେଇ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଭାରତ ବିଶ୍ୱର ସର୍ବବୃହତ ଟୀକାକରଣ ବ୍ୟବସ୍ଥା ହୋଇଥିବାରୁ ଆମ ଦେଶ ଉପରେ ବିଶ୍ୱବାସୀଙ୍କ ଦୃଷ୍ଟି ନିବଦ୍ଧ ରହିଛି । ତେଣୁ ଏହି ବ୍ୟବସ୍ଥା ଯେଭଳି ଶୃଙ୍ଖଳିତ ଉପାୟରେ ସଫଳ କାରାଯାଇ ପାରିବ ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୧ ତାରିଖରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।

କରୋନା ଟୀକାକରଣ ପାଇଁ ସାରା ଦେଶରେ ୭୩୬ଟି ଜିଲ୍ଲାରେ ଇତିମଧ୍ୟରେ ଡ୍ରାଏରନ୍ ଶେଷ ହୋଇଛି । ବାସ୍ତବ ଟୀକାକରଣ ସମୟରେ ଯଦି କାହା ଶରୀରରେ ପାଶ୍ୱର୍ପ୍ରତିକ୍ରିୟା ଦେଖାଦିଏ ତାକୁ କିଭଳି ସାମ୍ନା କରାଯିବ ଏବଂ ରାଜ୍ୟ ସ୍ତରରୁ ବ୍ଲକ ସ୍ତରୀୟ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ଭିତରେ କିପରି ସମନ୍ୱୟ ରହିବ ତାହାର ପୂର୍ବାଭ୍ୟାସ କରାଯାଇଛି । ସେହିପରି ଓଡିଶାରେ ୧୧୦ଟି ସ୍ଥାନରେ ମଧ୍ୟ ଟୀକାକରଣର ଡ୍ରାଏରନ୍ ହୋଇଛି । ପ୍ରତି ଜିଲ୍ଲାରେ ତିନୋଟି ସ୍ଥାନରେ- ସିଏଚ୍ସି, ପିଏଚ୍ସି ଓ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ସହ ମେଡିକାଲ କଲେଜରେ ଡ୍ରାଏରନ୍ କରାଯାଇଛି । ସମ୍ ହସ୍ପିଟାଲ ସମେତ ରାଜ୍ୟର ୧୧ ଘରୋଇ ମେଡିକାଲରେ ଡ୍ରାଏରନ୍ ହୋଇଛି । ଟୀକାକରଣ ଲାଗି ରାଜ୍ୟ ସରକାର ସମ୍ପର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି । ଜିଲ୍ଲାସ୍ତର ଠାରୁ ମହାନଗର ନିଗମ ପର୍ଯ୍ୟନ୍ତ ସବୁଠାରେ ପ୍ରସ୍ତୁତି ଶେଷ ହୋଇଛି । ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡିକର୍ମୀ ଓ ସ୍ୱାସ୍ଥ୍ୟ ଅଧିକାରୀ ସଜାଗ ଅଛନ୍ତି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବା ପିଏଚ୍ସି ଏବଂ ଅନ୍ୟ ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଏହି ଟୀକାକରଣ କେନ୍ଦ୍ର ଖୋଲାଯିବ । ପ୍ରତ୍ୟେକ ଟୀକାକରଣ କେନ୍ଦ୍ରକୁ ସ୍ୱତନ୍ତ୍ର ଟାକ୍ସଫୋର୍ସ ଜରିଆରେ ପଞ୍ଜୀକୃତ କରିବାକୁ ହେବ । ଏଥିପାଇଁ ହିତାଧିକାରୀଙ୍କୁ ୮ଟି ପରିଚୟ ପତ୍ର ମଧ୍ୟରୁ ଯେକୈାଣସି ଗୋଟିଏ ପରିଚୟପତ୍ର ଦେଖାଇବାକୁ ହେବ ।

ଏଠାରେ ସୂଚନାଯୋଗ୍ୟ ଯେ, ବିଶ୍ୱର ବଡବଡ କମ୍ପାନୀ ମଧ୍ୟରେ କରୋନା ଟୀକାକୁ ନେଇ ପ୍ରତିଯୋଗିତା ଚାଲୁଥିବା ବେଳେ ଦେଶୀୟ ଜ୍ଞାନ କୈାଶଳରେ ତିଆରି ଟୀକାକୁ ମଞ୍ଜୁରୀ ମିଳିବା ଏକ ଗୈାରବର ବିଷୟ ହୋଇଛି । ଦେଶର ବୈଜ୍ଞାନିକ ସମୁଦାୟ ଏବଂ କରୋନା ଆଗଧାଡି ଯୋଦ୍ଧାଙ୍କୁ ପ୍ରଶଂସାକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋାଦୀ ଟୁଇଟି କରିଛନ୍ତି ଯେ, ଦୁଇଟି ଯାକ ଟୀକା ଯାହାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିବା ପ୍ରତ୍ୟେକ ଭାରତୀୟ ପାଇଁ ଗର୍ବର ବିଷୟ । ଏହି ଟୀକା ଦେଶକୁ କରୋନା ମୁକ୍ତ କରିବାରେ ସାହାଯ୍ୟ କରିବ । ସେହିପରି ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଟୀକାର ଜରୁରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିବା ଗୈାରବର ବିଷୟ ବୋଲି ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେମାନଙ୍କ ପ୍ରତିବଦ୍ଧତା ପାଇଁ ସମଗ୍ର ଦେଶ କୃତଜ୍ଞ ରହିବ ବୋଲି ସେ କହିଛନ୍ତି ।

Show More

Related Articles

Back to top button