Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଓଡ଼ିଶାରେ ବି ୩ ରୁ ୧ ନମ୍ବର ହେବ କଂଗ୍ରେସ- ଶରତ ପଟ୍ଟନାୟକ

ଭୁବନେଶ୍ୱର- ତେଲେଙ୍ଗାନା ଭଳି ଓଡ଼ିଶାରେ ବି ୩ ରୁ ୧ ନମ୍ବର ହେବ କଂଗ୍ରେସ । ତେଲେଙ୍ଗାନାରେ ଦଳ ଯେଉଁ ସ୍ଥିତିରେ ଥିଲା ସେଠି ଯେଉଁଭଳି ନମ୍ବର ୱାନ୍ ହୋଇପାରିଲା, ଓଡ଼ିଶାରେ ବି ତାହା ହେବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଆଗାମୀ ନିର୍ବାଚନରେ ଦଳର ମିଶନ ୯୦ ସଫଳ ହେବ ବୋଲି ଦମ୍ଭୋକ୍ତି କରିଛନ୍ତି ଶରତ ।

ଶରତ ପଟ୍ଟନାୟକ କହିଛନ୍ତି ରାଜ୍ୟ ସରକାରଙ୍କ ବିରୋଧରେ ଦଳ ବହୁ କାର୍ଯ୍ୟକ୍ରମ ହାତକୁ ନେଇଛି ଓ ଘରେ ଘରେ ହାତ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । ତେବେ ୨୪ ନିର୍ବାଚନ ଜିତିବା କ୍ଷମତା ଦେଖି ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ । ତେଲେଙ୍ଗାନାରେ କଂଗ୍ରେସ ସରକାର ଗଢ଼ିବା ପରେ ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକ ଏଭଳି ମନ୍ତବ୍ୟ ଦେଇଛନ୍ତି ।

Show More

Related Articles

Back to top button