Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଜାନୁୟାରୀ 21ରେ ଅନୁଷ୍ଠିତ ହେବ ଦେଶର 52ଟି ସୈନିକ ସ୍କୁଲ ପାଇଁ ପ୍ରବେଶିକା ପରୀକ୍ଷା

ଜୟପୁର- ଦେଶର ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ସଂଚାଳିତ 33 ସୈନିକ ସ୍କୁଲ ଓ 19 ନୂଆ ସୈନିକ ସ୍କୁଲରେ 2024-25 ପାଇଁ ପ୍ରବେଶ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ପାଇଁ ଅନଲାଇନ ଆବେଦନ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ୱେବସାଇଟରେ ଆରମ୍ଭ ହୋଇଛି, ଯାହାକି ଡିସେମ୍ବର 16 ତାରିଖ ଯାଏ ଚାଲିବ । ପ୍ରତିରକ୍ଷା ମନ୍ତ୍ରାଳୟର ନିର୍ଦ୍ଦେଶାନୁସାରେ ଚଳିତ ବର୍ଷ କିଛି ମନୋନିତ ସ୍କୁଲରେ ବାଳିକାମାନେ ନବମ ଶ୍ରେଣୀରେ ଆଡମିସନ କରିପାରିବେ । ଏହାପୂର୍ବରୁ ବାଳିକାମାନେ କେବଳ ଷଷ୍ଠ ଶ୍ରେଣୀରେ ଆଡମିସନ କରିପାରୁଥିଲେ ।
ଦେଶରେ 186ଟି ସହରରେ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରବେଶ ପରୀକ୍ଷା ପାଇଁ ଷଷ୍ଠ ଶ୍ରେଣୀ ନିମନ୍ତେ ବୟସ 2024 ମାର୍ଚ୍ଚ 31 ସୁଦ୍ଧା 10ରୁ 12 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବାଳିକାମାନଙ୍କ ପାଇଁ ମଧ୍ୟ ବୟସ ସମାନ ରହିଛି । ନବମ ଶ୍ରେଣୀ ନିମନ୍ତେ ବୟସ 2024 ମାର୍ଚ୍ଚ 31 ତାରିଖ ସୁଦ୍ଧା ବୟସ 13ରୁ 15 ବର୍ଷ ମଧ୍ୟରେ ହେବା ସହ କୌଣସି ମାନ୍ୟତା ପ୍ରାପ୍ତ ସ୍କୁଲରୁ ଅଷ୍ଟମୀ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ ।

Show More

Related Articles

Back to top button