Breaking PLUSଦେଶମୁଖ୍ୟ ଖବର

51ହଜାରରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, 30 ନଭେମ୍ବର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଭିସି ଜରିଆରେ 51ହଜାରରୁ ଅଧିକ ନବ ନିଯୁକ୍ତ କର୍ମୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ପିଏମ ମୋଦି କହିଛନ୍ତି ଯେ,ରୋଜଗାର ମେଳା ଯୁବକଙ୍କ ପାଇଁ ବିକଶିତ ଭାରତ ନିର୍ମାଣ କରିବାର ରାସ୍ତାକୁ ପ୍ରଶସ୍ତ କରୁଛି ।

ନବନିଯୁକ୍ତ ଯୁବକଙ୍କୁ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇ ପିଏମ ମୋଦି କହିଛନ୍ତି ଯେ, ନିଯୁକ୍ତି ପତ୍ର ଆପଣଙ୍କ ପରିଶ୍ରମ ଓ ପ୍ରତିଭାର ଫଳ ଅଟେ । ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତ ପାଉଥିବା ଯୁବକ ଦେଶବାସୀଙ୍କ ଜୀବନକୁ ସୁଗମ କରିବା ପ୍ରାଥମିକତା ହେବା ଉଚିତ ।
ରୋଜଗାର ମେଳା ଦେଶର 37 ସ୍ଥାନରେ ଆୟୋଜିତ ହୋଇଥିଲା । ଦେଶର ରାଜସ୍ୱ ବିଭାଗ, ଗୃହ ମନ୍ତ୍ରାଳୟ, ଉଚ୍ଚ ଶିକ୍ଷା ବିଭାଗ, ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ, ଅର୍ଥ ସେବା ବିଭାଗ, ପ୍ରତିରକ୍ଷା ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତଥା ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ସହିତ ବିଭିନ୍ନ କ୍ଷେତ୍ରରେ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।

Show More

Related Articles

Back to top button