Breaking PLUSଓଡ଼ିଶା

୪ଟି ପୌରାଞ୍ଚଳରେ ବିଜେଡ଼ିର ବିଜୟ

ପ୍ରକାଶ ପାଇଲା ୪ଟି ପୌର ପରିଷଦର ଉପନିର୍ବାଚନର ଫଳ। ଚାରିଟି ଯାକ ପୌରାଞ୍ଚଳରେ ଶାସକ ବିଜୁ ଜନତା ଦଳ ବିଜୟ ଲାଭ କରିଛି। ସୂଚନା ଅନୁସାରେ ଜି. ଉଦୟଗିରି, ଚିକିଟି ଏନଏସି, ଜଗତସିଂହପୁର ମ୍ୟୁନିସିପାଲିଟି ଓ ଯୋଡ଼ା ମ୍ୟୁନିସିପାଲିଟିର ବିଭିନ୍ନ ପଦ ପାଇଁ ଉପନିର୍ବାଚନ ହୋଇଥିଲା। ଏଥିରେ ବିଜେଡ଼ିର ବିପୁଳ ପରିମାଣର ବିଜୟ ହାସଲ କରିନେଇଛି। ଜି. ଉଦୟଗିରିର ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ଉପ ନିର୍ବାଚନରେ ବିଜେଡ଼ିର ଦେବସ୍ମିତା ଶତପଥୀ ୨୩୫୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହାସଲ କରିନେଇଥିବା ବେଳେ ସେ ମୋଟ ୩୧୧୧ ଖଣ୍ଡ ଭୋଟ ପାଇଥିଲେ। ସେହିପରି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ମାତ୍ର ୭୫୬ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଚିକିଟି ଏନଏସିର ୱାର୍ଡ ନମ୍ବର ୩ରେ ହୋଇଥିବା ଉପନିର୍ବାଚନରେ ମଧ୍ୟ ବିଜେଡ଼ି ବିଜୟ ଲାଭ କରିଛି। ବିଜେଡିର ହରପ୍ରସାଦ ଚୌଧୂରୀ ୪୬୯ ଖଣ୍ଡ ଭୋଟରେ ବିଜୟ ଲାଭ କରିଥିବା ବେଳେ ସେ ମୋଟ ୪୮୪ ଖଣ୍ଡ ଭୋଟ ହାତଇଥିଲେ। ସେହିପରି ଜଗତସିଂହପୁର ମ୍ୟୁନିସିପାଲିଟିରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ବିଜେଡ଼ିର ରୋଜାଲିନ ଦାସ ମାତ୍ର ଖଣ୍ଡେ ଭୋଟରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ନିକଟରୁ ବିଜୟ ହାସଲ କରିଥିଲେ। ରୋଜାଲିନ ଦାସ ୪୦୭ ଖଣ୍ଡ ଭୋଟ ହାତେଇଥିବା ବେଳେ କଂଗ୍ରେସର ପ୍ରାର୍ଥୀ ୪୦୬ ଖଣ୍ଡ ଭୋଟ ପାଇଥିଲେ। ଯୋଡ଼ାରେ ମ୍ୟୁନିସିପାଲିଟି ମଧ୍ୟ ୫୭୭ ଖଣ୍ଡ ଭୋଟରେ ବିଜୟ ହାସଲ କରିଥିଲେ। ବିଜେଡ଼ି ପ୍ରାର୍ଥୀ ୮୦୬ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରାର୍ଥୀ ୨୨୯ ଖଣ୍ଡ ଭୋଟ ପାଇଥିଲେ। ସେହିପରି କଂଗ୍ରେସର ୨୧ ଖଣ୍ଡ ଭୋଟ ପାଇଥିବା ବେଳେ ନିର୍ବାଚନରେ ସମୁଦାୟ ୧୧୭୯ ଖଣ୍ଡ ଭୋଟ ପଡ଼ିଥିଲା।

Show More

Related Articles

Back to top button