Breaking PLUSଦେଶମୁଖ୍ୟ ଖବରରାଜନୀତି

ଫାଇବରନେଟ୍ ଘୋଟାଲା ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ବଳବତ୍ତର

ଡିସେମ୍ବର 12ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ- ଫାଇବରନେଟ୍ ଘୋଟାଲା ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ସୁପ୍ରିମକୋର୍ଟରୁ ମିଳିଥିବା ଆଶ୍ୱସ୍ତି ବଳବତ୍ତର ରହିଛି । ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଫାଇବରନେଟ୍ ଘୋଟାଲାରେ ଗିରଫଦାରିରୁ ସୁରକ୍ଷା ଅବଧିକୁ ଡିସେମ୍ବର 12 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର 12ରେ ହେବ ।
ଫାଇବରନେଟ୍ ଘୋଟାଲା ମାମଲାରେ ସୁପ୍ରିମକୋର୍ଟ ଅକ୍ଟୋବର 13ରେ ଆନ୍ଧ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ । ଶୁଣାଣି ସମୟରେ ନାଇଡୁଙ୍କୁ ଓକିଲ ଚନ୍ଦ୍ରବାବୁଙ୍କୁ ଗିରଫ କରିବା ନେଇ ଆଶଙ୍କା ବ୍ୟକ୍ତ କରିଥିଲେ । ତାଙ୍କ ଓକିଲ କହିଥିଲେ ଯେ, ଏବେ ଗୋଟିଏ ପରେ ଗୋଟିଏ ମାମଲା ଖୋଲାଯାଇଛି । କୌଶଳ ବିକାଶ ଘୋଟାଲା ମାମଲା ପରେ ଏବେ ଏହି ମାମଲା ଖୋଲିଛି ।

Show More

Related Articles

Back to top button