Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ସାହିତ୍ୟ ଏକାଡେମୀ ପୁରସ୍କାର 2023 ଘୋଷିତ, ହିନ୍ଦୀ ପାଇଁ ସଞ୍ଜୀବଙ୍କୁ ମିଳିବ ପୁରସ୍କାର

ଓଡ଼ିଶାରୁ ଆଶୁତୋଷ ପରିଡା ପୁରସ୍କୃତ ହେବେ

ଇଂରାଜୀ ପାଇଁ ନୀଲମ ଶରଣ ଗୌର ଏବଂ ଉର୍ଦ୍ଦୁ ପାଇଁ ସାଦିକା ନବାବ ସହର ହେବେ ପୁରସ୍କୃତ
ନୂଆଦିଲ୍ଲୀ- ସାହିତ୍ୟ ଏକାଡେମୀ ପୁରସ୍କାର 2023 ଘୋଷଣା କରାଯାଇଛି । ବୁଧବାର ଆୟୋଜିତ ପ୍ରେସମିଟରେ ସାହିତ୍ୟ ଏକାଡେମୀ ସଚିବ ଡକ୍ଟର କେ.ଶ୍ରୀନିବାସରାଓ ଏକାଡେମୀ ପୁରସ୍କାର 2023 ସମସ୍ତ 24ଟି ଭାରତୀୟ ଭାଷା ପାଇଁ ଘୋଷଣା କରିଛନ୍ତି । ଏଥିରେ 9ଟି କବିତା ସଂଗ୍ରହ, 6ଟି ଉପନ୍ୟାସ, 5କାହାଣୀ-ସଂଗ୍ରହ, 3 ନିବନ୍ଧ ତଥା ଗୋଟିଏ ଆଲୋଚନା ପୁସ୍ତକ ସାମିଲ ରହିଛି । ଏହି ପୁରସ୍କାରଗୁଡିକ 24 ଟି ଭାରତୀୟ ଭାଷାର ଏକ ଚୟନ କମିଟିର ସୁପାରିଶ କ୍ରମେ କରାଯାଇଛି ।
ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ମାଧବ କୌଶିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକାଡେମୀର କାର୍ଯ୍ୟକାରୀ ମଣ୍ଡଳ ବୈଠକରେ ଏହି ନାମକୁ ଅନୁମୋଦନ ମିଳିଛି । ହିନ୍ଦୀ ପାଇଁ ସଞ୍ଜୀବ (ମୁଝେ ପହଚାନୋ, ଉପନ୍ୟାସ), ଇଂରାଜୀ ପାଇଁ ନୀଲମ ଶରଣ ଗୌର (ରେସକ୍ୟୁ ଇନ୍ ରାଗା ଜାନକୀ, ଉପନ୍ୟାସ) ଏବଂ ଉର୍ଦ୍ଦୁ ପାଇଁ ସାଦିକା ନବାବ ସହର (ରାଜଦେବ କୀ ଅମରାଇ, ଉପନ୍ୟାସ) ପୁରସ୍କୃତ ହେବେ । ଓଡ଼ିଶାରୁ ଆଶୁତୋଷ ପରିଡା ପୁରସ୍କୃତ ହେବେ ।
ପୁରସ୍କାର ଭାବେ ଏକ ଖୋଦିତ ତାମ୍ରଫଳକ, ଉପଢୌକନ, ଏକ ଲକ୍ଷ ଟଙ୍କା ରାଶି ପୁରସ୍କୃତ ଲେଖକଙ୍କୁ କମାନୀ ଅଡିଟୋରିୟମରେ 2024 ମାର୍ଚ୍ଚ 12 ତାରିଖରେ ଏକ ଭବ୍ୟ ସମାରୋହରେ ପ୍ରଦାନ କରାଯିବ ।

Show More

Related Articles

Back to top button