ମୁଖ୍ୟ ଖବର

ଶ୍ରାବଣର ପ୍ରଥମ ସୋମବାର

କାଉଡିଆଙ୍କୁ ପାଣି ଉଠାଇବା ମନା, କୋଭିଡ କଟକଣା ପାଇଁ ଖାଁ ଖାଁ ଶୈବ ପୀଠ

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । କୋଭିଡ କଟକଣା ପାଇଁ ଚଳିତ ବର୍ଷ ବୋଲବମ୍ ଯାତ୍ରାକୁ ବନ୍ଦ କରିଛନ୍ତି ସରକାର । ରାଜ୍ୟର ସବୁ ଶିବ ମନ୍ଦିର ଖାଁ ଖାଁ ପଡିଛି । ସେହିପରି କରୋନା କଟକଣା ପାଇଁ କଟକ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବର ପୀଠ ଖାଁ ଖାଁ । ଧବଳେଶ୍ଵର ପୀଠରେ ଯଦି କରୋନା କଟକଣା ନଥାନ୍ତା ତେବେ କାଉଁରିଆ ମାନଙ୍କ ଭିଡ଼ ଲାଗିଥାଆନ୍ତା । କିନ୍ତୁ ସମୟ ଆଉ ପରିସ୍ଥିତି ଭଗବାନଙ୍କଠାରୁ ଭକ୍ତଙ୍କୁ ଦୂରେଇ ଦେଇଛି ।

ପୀଠକୁ ନାଁ କାଉଁରିଆ ଆସୁଛନ୍ତି ନାଁ ଗହଳି ଲାଗୁଛି ନାଁ ପିଠ ଚଳଚଞ୍ଚଳ ହେଉଛି। ଆଜି ଶ୍ରାବଣ ମାସର ପ୍ରଥମ ସୋମବାର କାଉଁରିଆ ମାନଙ୍କ ଭିଡ଼ ଲାଗିଥାଆନ୍ତା । କୋଭିଡି-୧୯ ର ଭୟାବହତା ବର୍ତମାନ ତୃତୀୟ ଲହର ଆଡ଼କୁ ଅଗ୍ରସର ହେଉଛି ତେଣୁ ରାଜ୍ୟ ସରକାର କାଉଁରିଆ ମାନଙ୍କ ଏହି ବୋଲବମ୍ ଯାତ୍ରାକୁ ବନ୍ଦ କରିଛନ୍ତି । ରାଜ୍ୟର ସମସ୍ତ ଶୈବ ପୀଠ ଭଳି ବାବା ଧବଳେଶ୍ୱର ପୀଠ ମଧ୍ୟ ଭକ୍ତ ଶୂନ୍ୟ।

Show More

Related Articles

Back to top button