ଓଡ଼ିଶାମୁଖ୍ୟ ଖବର

୨୪ ଘଣ୍ଟାରେ ୧୨ ଜିଲ୍ଲାରେ ଘଡଘଡି ସହ ବର୍ଷା

୩୦ ଯାଏଁ ଭିଜାଇବ ଲଘୁଚାପ

୨୮ ତାରିଖରେ ବାଂଲାଦେଶ ଓ ଏହା ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆସନ୍ତା ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମେଘୁଆ ରହିବା ସହିତ ବର୍ଷା ହେବ । ୩୧ରେ ବର୍ଷା ଛାଡିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ଲଘୁଚାପ ପ୍ରଭାବରେ ବାଲେଶ୍ୱର ବ୍ୟତୀତ ସମସ୍ତ ଉପକୂଳ ଓ ସଂଲଗ୍ନ ୧୦ ଜିଲ୍ଲା ସହିତ କେନ୍ଦୁଝର ଓ ଢେଙ୍କାନାଳରେ ୩୧ ପର୍ଯ୍ୟନ୍ତ ସମୁଦାୟ ବର୍ଷା ୨୦ରୁ ୨୫ ମିଲିମିଟର୍‌ରୁ କମ୍‌ ରହିବ । ଭୁବନେଶ୍ୱର ଓ କଟକରେ ୨୮ ଓ ୨୯ରେ ୧୦ରୁ ୧୫ ମିଲିମିଟର ବର୍ଷା ହୋଇପାରେ । ବାଲେଶ୍ୱର ଓ ମୟୂରଭଞ୍ଜରେ ୨୭ରୁ ୩୦ ପର୍ଯ୍ୟନ୍ତ ସମୁଦାୟ ବର୍ଷା ୬୦ରୁ ୧୦୦ ମିଲିମିଟର ଓ ମୟୂରଭଞ୍ଜର କେତୋଟି ସ୍ଥାନରେ ଶହେ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ୨୯ ଓ ୩୦ରେ ଅଧିକ ବର୍ଷା ହେବ । ବାକି ଜିଲ୍ଲାରେ ସମୁଦାୟ ବର୍ଷା ୪୦ରୁ ୬୦ ମିଲିମିଟର ହେବ । ୨୯ରେ ଅବିଭକ୍ତ କୋରାପୁଟ, କନ୍ଧମାଳ, ବଲାଙ୍ଗୀର ଓ କଳାହାଣ୍ଡି ସହିତ ପଶ୍ଚିମ ଓଡ଼ିଶାରେ ମଧ୍ୟମରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ୩୦ରେ ଦକ୍ଷିଣ ସୀମାନ୍ତ ଓ ପଶ୍ଚିମ ସୀମାନ୍ତ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି ।ସେହିପରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ ସୋମବାର ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ବରଗଡ଼, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ତେବେ ଲଘୁଚାପ ପ୍ରଭାବରେ ୨୭ରୁ ବର୍ଷା ବୃଦ୍ଧି ପାଇବା ସହିତ ୩୧ ପର୍ଯ୍ୟନ୍ତ ଜାରି ରହିବ ବୋଲି ସେ ଆକଳନ କରିଛନ୍ତି ।ରବିବାର ସକାଳ ୮ଟା୩୦ରୁ ସନ୍ଧ୍ୟା ୫ଟା୩୦ ମଧ୍ୟରେ ବାରିପଦାରେ ୧୧ ମିଲିମିଟର ବର୍ଷା ହୋଇଥିବା ବେଳେ ବଲାଙ୍ଗୀରରେ ୭ ମିଲିମିଟର, ଭୁବନେଶ୍ୱରରେ ୬ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି । ଅପରପକ୍ଷେ ଗୋଟିଏ ଲଘୁଚାପ ହେବା ସତ୍ତେ୍ୱ ରାଜ୍ୟରେ ୧୧ଟି ଜିଲ୍ଲାରେ ନିଅଁଟିଆ ବର୍ଷା ସ୍ଥିତି ଦେଖିବାକୁ ମିଳିଛି । ଯାହା ଚାଷୀମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ଗତ ୨୧ ତାରିଖ ସୁଦ୍ଧା ଜାରି ହୋଇଥିବା ସାପ୍ତାହିକ ବର୍ଷା ସମୀକ୍ଷା ରିପୋର୍ଟ ମୁତାବକ ଯାଜପୁର ଜିଲ୍ଲାରେ ସର୍ବାଧିକ ମାଇନସ୍‌ ୮୬ ପ୍ରତିଶତ ନିଅଁଟିଆ ବର୍ଷା ସ୍ଥିତି ରହିଛି ।ସେହିପରି ବୌଦ୍ଧ ଓ ଝାରସୁଗୁଡ଼ାରେ ୮୫%, ନୂଆପଡ଼ାରେ ୮୩%, କଳାହାଣ୍ଡିରେ ୮୨%, ବଲାଙ୍ଗୀର ଓ ବାଲେଶ୍ୱରରେ ୭୬%, ଦେଓଗଡ଼ରେ ୭୨%, ସୁନ୍ଦରଗଡ଼ରେ ୬୫% ଓ ନବରଙ୍ଗପୁରରେ ୬୪% ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି । ସେହିପରି ଜୁନ୍‌ ୧ରୁ ଆଜି ସୁଦ୍ଧା ଜାରି ହୋଇଥିବା ରିପୋର୍ଟରେ ୧୨ ଜିଲ୍ଲାରେ ନିଅଁଟିଆ ସ୍ଥିତି ପରିଲକ୍ଷିତ ହୋଇଛି । ୫୯ରୁ ୨୦ ପ୍ରତିଶତ ନିଅଁଟିଆ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରିପୋର୍ଟ ଦର୍ଶାଇଛି ।

Show More

Related Articles

Back to top button