ଓଡ଼ିଶା

ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍

ବର୍ତ୍ତମାନ ୬ଟି ଗେଟ୍ ଦେଇ ଜଳ ନିଷ୍କାସିତ

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ସ୍କୁଇସ୍ ଗେଟ୍ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୬ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସିତ ଜାରି ରହିଛି ।ଉଲ୍ଲେଖଯୋଗ୍ୟ ଯେ, ଗତ ଶନିବାର ଦିନ ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ଖୋଲିଥିଲା ।

ବାମ ପାର୍ଶ୍ବର ୩ଟି ସ୍ଲୁଇସ୍ ଗେଟ୍ ଖୋଲାଥିବାବେଳେ ଡାହାଣ ପାର୍ଶ୍ବର ଗୋଟିଏ ସ୍ଲୁଇସ୍ ଗେଟ୍ ଖୋଲିଥିଲା । ଏବେ ଆଉ ୨ଟି ସ୍ଲୁଇସ୍ ଗେଟ୍ ଖୋଲିଥିବାରୁ ମୋଟ୍ ୬ଟି ଗେଟ୍ ଦେଇ ଡ୍ୟାମ୍ ମଧ୍ୟରୁ ଜଳ ନିଷ୍କାସିତ ହେଉଛି ।

Show More

Related Articles

Back to top button