Breaking PLUSଦେଶ ବିଦେଶମୁଖ୍ୟ ଖବର

ୟୁକ୍ରେନ ରାଜଧାନୀ କିଭ୍ ଉପରେ ସାରା ରାତି ରକେଟ ମାଡ କଲା ଋଷ

କିଭ୍, 11 ଡିସେମ୍ବର – ୟୁକ୍ରେନର ରାଜଧାନୀ କିଭ୍ ଉପରେ ସାରା ରାତି ଘମାଘୋଟ ଆକ୍ରମଣ କରିଛି ଋଷ । କିଭ୍ ମେୟର ଭିଟାଲି କ୍ଲିଟସ୍କୋ କହିଛନ୍ତି ଯେ, ଋଷ ସାରା ରାତି କିଭ୍ ଉପରେ ଆକ୍ରମଣ କରିଛି ।
ଏହି ଆକ୍ରମଣ ଯୋଗୁ ଅନେକ ସ୍ଥାନ କ୍ଷତିଗ୍ରସ୍ତ ହୋଇଛି । ବଡ ବଡ ବିଲ୍ଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।
କ୍ଲିଟସ୍କୋ କହିଛନ୍ତି ଯେ କିଭର ଦକ୍ଷିଣ-ପଶ୍ଚିମ ଭାଗରେ ଥିବା ହୋଲୋସିଭସ୍କି ଜିଲ୍ଲାକୁ ଜରୁରୀକାଳୀନ ସେବା ପଠାଯାଇଛି। ସେଠାରେ କ୍ଷେପଣାସ୍ତ୍ରର କିଛି ଅଂଶ ଆବାସିକ କୋଠାର ଛାତ ଉପରେ ପଡିଥିଲା। ସହରର ଅନ୍ୟ ଦୁଇଟି ଜିଲ୍ଲାକୁ ଜରୁରୀକାଳୀନ ସେବା ମଧ୍ୟ ପଠାଯାଇଛି।

Show More

Related Articles

Back to top button