Breaking PLUSଦେଶମୁଖ୍ୟ ଖବର

ସିକିମରେ ପହଞ୍ଚିଲେ ଆଧ୍ୟାତ୍ମିକ ଗୁରୁ ଦଲାଇଲାମା

ଗ୍ୟାଙ୍ଗଟକ, 11 ଡିସେମ୍ବର – ସିକ୍କିମରେ ପହଞ୍ଚିଲେ ଆଧ୍ୟାତ୍ମିକ ଗୁରୁ 14ତମ ଦଲାଇଲାମା । ଆଜିଠୁ 4ଦିନିଆ ସିକ୍କିମ ଗସ୍ତରେ ଅଛନ୍ତି ଦଲାଇଲାମା । ଗ୍ୟାଙ୍ଗଟକର ଲିଭିଂ ଆର୍ମି ହେଲିପ୍ୟାଡରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ, ମନ୍ତ୍ରିମଣ୍ଡଳ, ତିବ୍ବତ ପ୍ରତିନିଧି, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ତାଙ୍କର ଭବ୍ୟ ସ୍ୱାଗତ କରିଥିଲେ ।
ଦଲାଇଲାମାଙ୍କ ଆଗମନକୁ ନେଇ ରାଜ୍ୟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ତାଙ୍କ ଦର୍ଶନ ପାଇଁ ସିକ୍କିମର ସମସ୍ତ 6ଟି ଜିଲ୍ଲା ସମେତ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଅନୁଗାମୀ ଉପସ୍ଥିତ ରହିବେ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଓ ଯାତାୟତ ସୁପରିଚାଳନା ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।
ମଙ୍ଗଳବାର ଦଲାଇ ଲାମା ପ୍ଲଜୋର ଷ୍ଟାଡିୟମରେ ପ୍ରବଚନ ଦେବା ସହ ନିଜର ଅନୁଗାମୀଙ୍କୁ ଆଶୀର୍ବାଦ ପ୍ରଦାନ କରିବେ ।

Show More

Related Articles

Back to top button