Breaking PLUSଦେଶ ବିଦେଶମୁଖ୍ୟ ଖବର

ପୂର୍ବ ଇରାନରେ ହାଇଡ୍ରୋକାର୍ବନ ରିଫାଇନାରିରେ ନିଆଁ ଲାଗି ବିସ୍ଫୋରଣ

ତେହରାନ, 11 ଡିସେମ୍ବର -ପୂର୍ବ ଇରାନର ବିରଜନ୍ଦ ବିଶେଷ ଆର୍ଥିକ ଅଞ୍ଚଳରେ ଥିବା ହାଇଡ୍ରୋକାର୍ବନ ରିଫାଇନାରୀରେ ରବିବାର ନିଆଁ ଲାଗି ଭୟାବହ ବିସ୍ଫୋରଣ ହୋଇଛି । ବିଶୋଧନାଗାରର ସମସ୍ତ 18 ଷ୍ଟୋରେଜ୍ ୟୁନିଟକୁ ନିଆଁ ବ୍ୟାପିଯାଇଥିଲା । ଏପର୍ଯ୍ୟନ୍ତ ନିଆଁ ଆୟତ୍ତ ହୋଇନଥିବା ସୂଚନା ମିଳିଛି । ଏହି ନିର୍ଦ୍ଦିଷ୍ଟ କ୍ଷେତ୍ର ଦକ୍ଷିଣ ଖୋରାସାନ୍ ପ୍ରଦେଶରେ ଅଛି ।
ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ ଏହା ଏକ ଛୋଟ ବିଶୋଧନାଗାର। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନାହାନ୍ତି । କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ । ରିଫାଇନାରୀର ସମସ୍ତ 18 ଷ୍ଟୋରେଜ୍ ୟୁନିଟରେ ନିଆଁ ବ୍ୟାପିଛି । ଏହି କାରଣରୁ, ତିନୋଟି ଷ୍ଟୋରେଜ୍ ୟୁନିଟ୍ ଫାଟିଯାଇଛି । ଭୟଙ୍କର ପରିସ୍ଥିତି ଯୋଗୁଁ ଉଦ୍ଧାରକାରୀ ଦଳ ଅସ୍ଥାୟୀ ଭାବେ ଘଟଣାସ୍ଥଳରୁ ଓହରି ଯାଇଛନ୍ତି।

Show More

Related Articles

Back to top button