ରାଜନୀତି

ପିପିଲି ଉପ-ନିର୍ବାଚନରେ ବିଜୟ ହାସଲ କଲେ ରୁଦ୍ର ମହାରଥୀ

ରୁଦ୍ର ମହାରଥୀଙ୍କ ଦମଦାର ବିଜୟ । ପିପିଲି ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ବିଜୟୀ ହାସଲ କରିଛନ୍ତି । ସେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାଜିତ କରିଛନ୍ତି ।

ଭୋଟ ଗଣନା ଆରମ୍ଭର ବିଜେଡିର ଦବଦବା ଜାରି ରହିଥିବା ବେଳେ କୌଣସି ବି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅନ୍ୟ ଦଳର ପ୍ରାର୍ଥୀଙ୍କ ଠାରୁ ପଛୁଆ ନଥିଲେ । ଚଳିତ ନିର୍ବାଚନରେ ଗତ ସାଧାରଣ ନିର୍ବାଚନ ଅର୍ଥାତ ୨୦୧୯ ନିର୍ବାଚନ ଠାରୁ ମଧ୍ୟ ଅଧିକ ଭୋଟ ପାଇଛନ୍ତି ବିଜେଡି ପ୍ରାର୍ଥୀ । ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱର୍ଗୀୟ ପ୍ରଦୀପ ମହାରଥୀ ପାଇଥିଲେ ୮୮୫୧୮ ଖଣ୍ଡ ଭୋଟ ।

Show More

Related Articles

Back to top button