Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆରଏମସି ଆକାଉଣ୍ଟାଣ୍ଟ

ନବରଙ୍ଗପୁର ଜିଲ୍ଲା ଆରଏମସି ଅଫିସର ସିନିଅର ଆକାଉଣ୍ଟାଣ୍ଟ ଅଶୋକ ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟୋବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ କରିଛି

ନବରଙ୍ଗପୁର ଜିଲ୍ଲା ଆରଏମସି ଅଫିସର ସିନିଅର ଆକାଉଣ୍ଟାଣ୍ଟ ଅଶୋକ ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟୋବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ କରିଛି । ଆଜି ସକାଳୁ ଏକକାଳୀନ ତିନୋଟି ସ୍ଥାନରେ ଭିଜିଲାନ୍ସର ତିନୋଟି ଟିମ ଚଢ଼ାଉ ଆରମ୍ଭ କରିଛି । ନବରଙ୍ଗପୁର ସହରର ବେହେରାଗୁଡାରେ ଚାଲିଥିବା ନବନିର୍ମିତ ଘର , ଭାଟିଶାଳ ଗୁଡା ସ୍ଥିତ ଦୁଇ ମହଲା ବାସଭବନ ଓ ଆରଏମସି କାର୍ଯ୍ୟାଳୟରେ ଏକ କାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଏହି ଚଢ଼ାଉରେ ନୂଆପଡା, ଜୟପୁର ଏବଂ ନବରଙ୍ଗପୁରର ଭିଜିଲାନ୍ସ ଟିମ ସାମିଲ ହୋଇଛନ୍ତି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହେବାପରେ ଏହି ଚଢ଼ାଉ କରାଯାଇଥିବା ଭିଜିଲାନ୍ସ ଟିମ ସୂଚନା ଦେଇଛନ୍ତି ।ବର୍ତ୍ତମାନ ସୁଦ୍ଧା ଦୁଇ ଗୋଟି ଘର ସହିତ ୯ ଟି ଚାରି ଚକିଆ ଓ ଦୁଇ ଚକିଆ ଗାଡି ଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏ ପର୍ଯ୍ୟନ୍ତ ସମ୍ପତ୍ତି ଆକଳନ ଚାଲିଛି ସରିବାପରେ ସବୁକିଛି ଜଣାପଡିବ ବୋଲି ଭିଜିଲାନ୍ସ ଟିମ କହିଛନ୍ତି ।

Show More

Related Articles

Back to top button