Breaking PLUSଓଡ଼ିଶାମୁଖ୍ୟ ଖବର

ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବଡ ବନ୍ୟାର ଆଶଙ୍କା ନାହିଁ – ଏସଆରସି

ଅବପାତ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବଡ ବନ୍ୟାର ଆଶଙ୍କା ନାହିଁ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସ୍ପଷ୍ଟ କରିଛନ୍ତି । ଗଭୀର ଅବପାତ ଯୋଗୁଁ ଗଞ୍ଜାମ ଓ ଗଜପତିରେ ଦୁଇ ଦିନ ପ୍ରବଳ ବର୍ଷା ହୋଇଛି । ୩ଟି ବ୍ଲକରେ ୩ ଶହ ମିଲିମିଟରରୁ ଅଧିକ ବର୍ଷା ହୋଇଛି । କବିସୂର୍ଯ୍ୟନଗରରେ ୩୨୮ ମିଲିମିଟର, ଆସ୍କାରେ ୩୦୭.୬ ମିଲିମିଟର ଏବଂ ପୁରୁଷୋତ୍ତମପୁରରେ ୩୦୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ପ୍ରବଳ ବର୍ଷା ଯୋଗୁଁ ଋଷିକୁଲ୍ୟାରେ ସାମାନ୍ୟ ବନ୍ୟା ଆସିପାରେ । ପୁରୁଷୋତ୍ତମପୁର ପାଖରେ ଋଷିକୁଲ୍ୟା ବିପଦ ସଙ୍କେତ ଛୁଇଁବା ଆଶଙ୍କା ରହିଛି । ତେବେ ବଡ ବନ୍ୟାର ଆଶଙ୍କା ନଥିବା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ଅନ୍ୟପଟେ ଆନ୍ଧ୍ରପ୍ରଦେଶ କାକିନାଡ଼ା ଅତିକ୍ରମ କରିବା ପରେ ମଧ୍ୟ ଡିପ୍ରେସନ ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଡିପ୍ରେସନ ଏବେ ସ୍ଥଳଭାଗରେ ତେଲେଙ୍ଗାନା ଉପରେ କେନ୍ଦ୍ରୀଭୂତ ହୋଇଥିଲେ ମଧ୍ୟ ଏହାର ପ୍ରଭାବରେ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି ।

Show More

Related Articles

Back to top button