ଦେଶ ବିଦେଶରାଜନୀତି

ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ରିଷି ସନକ

ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ରିଷି ସନକ ।  ଲିଜ୍‌ ଟ୍ରସ୍‌ ବିଟ୍ରେନ୍‌ର ପ୍ରଧାନମନ୍ତ୍ରୀ ହେବା ପରଠାରୁ ଦେଶରେ ଆର୍ଥିକ ସମସ୍ୟା ପରିଲକ୍ଷିତ ହୋଇଛି । ଏହିପରିକି ନିଜ ଦଳର କିଛି ଲୋକ ଲିଜ୍‌ଙ୍କୁ ବିରୋଧ କରିଛନ୍ତି । ବିଦାବ ଓ ବିରୋଧ ବଢ଼ୁଥିବାରୁ ମାତ୍ର ୬ ସପ୍ତାହ ମଧ୍ୟରେ ଲିଜ୍‌ ଟ୍ରସ୍‌ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ବୋରିସ୍‌ ଜନ୍‌ସନ୍‌ଙ୍କ ପରେ ଲିଜ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଥିଲେ । ତେବେ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦ ଦୌଡ଼ରେ ଲିଜ୍‌ଙ୍କ ସହିତ ଭାରତୀୟ ବଂଶୋଦ୍ଭବ ରିଷି ସନକ ରହିଥିଲେ । ଏଣୁ ଲିଜ୍‌ଙ୍କ ପରେ ରିଷି ସନକ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ବର୍ତ୍ତମାନ ଆଶା କରାଯାଉଛି ।

ସୂଚନା ଅନୁସାରେ, ଲିଜ୍‌ ଦାୟିତ୍ୱ ଗ୍ରହଣ କରିବା ପରେ ଦେଶରେ ବଡ଼ ଧରଣର ଆର୍ଥିକ ଓ ରାଜନୈତିକ ସଙ୍କଟ ଘନେଇଥିଲା । ଏହାକୁ ସଠିକ୍‌ ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ୍‌ ମୁକାବିଲା କରିପାରିନଥିଲେ । ଯାହାକୁ ନେଇ କେବଳ ବିରୋଧୀ ନୁହେଁ ନିଜର ଦଳର ମଧ୍ୟ ବିରୋଧର ସମ୍ମୁଖୀନ ହୋଇଥିଲେ ଲିଜ୍‌ । ସପ୍ତାହକ ଭିତରେ ଅର୍ଥ ସଚିବ ଓ ଗୃହ ସଚିବ ଇସ୍ତଫା ଦେବା ପରେ ଲିଜ୍‌ ଟ୍ରସଙ୍କ ପଦ ଉପରକୁ ବିପଦ ମାଡିଆସିଥିଲା ।ଫଳରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

 

Show More

Related Articles

Back to top button