ଓଡ଼ିଶାପାଣିପାଗ

ରାଜ୍ୟରୁ ବିଦାୟ ନେଲା ମୌସୁମୀ ,ପାଗ ରହିଛି ଅନୁକୂଳ

ବିଦାୟ ନେଲା ମୌସୁମୀ । ରାଜ୍ୟରୁ ସଂପୂର୍ଣ୍ଣ ବିଦାୟ ନେଇଛି ମୌସୁମୀ । ବର୍ତ୍ତମାନ ପାଗ ରହିଛି ଅନୁକୂଳ । ସନ୍ତା ୪୮ ଘଣ୍ଟା ମଧ୍ୟରେ ସାରା ଦେଶରୁ ଦକ୍ଷିଣ ପଶ୍ଚିମ ବାୟୁ ଅପସାରଣ ନେଇ ପାଗ ଅନୁକୂଳ ରହିଛି । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ଏପଟେ ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର ।ଆକଳନ ମୁତାବକ କାଲି ଅବପାତରେ ପରିଣତ ହେବ । ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୩ରେ ଗଭୀର ଅବପାତରେ ପରିଣତ ହେବ। ଏହାପରେ ଦିଗ ବଦଳାଇ ଉତ୍ତର ଦିଗକୁ ଯାଇ ୨୪ ତାରିଖରେ ବାତ୍ୟାର ରୂପ ନେବ ।

ପଶ୍ଚିମ କେନ୍ଦ୍ରୀୟ ଓ ନିକଟସ୍ଥ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ । ବାତ୍ୟା ଉତ୍ତର ଓ ଉତ୍ତରପୂର୍ବ ଦିଗରେ ଗତି କରିବ । ତେଣୁ ଓଡ଼ିଶା ଉପକୂଳ ପାଖ ଦେଇ ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁଇବ। ଏହି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ସିଧା ହିଟ୍‌ ନ କଲେ ବି ଓଡ଼ିଶା ଉପକୂଳ ବିପଦମୁକ୍ତ ନୁହଁ। ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି।

 

Show More

Related Articles

Back to top button