ଓଡ଼ିଶା

ନିରପେକ୍ଷ ଗଣତନ୍ତ୍ରକୁ ସମ୍ମାନ ଦେଇ ଦୁଇପଦେ-

ମୁଁ ନିରପେକ୍ଷ..
ଗଣତନ୍ତ୍ରକୁ ସମ୍ମାନ ଦେଇ ଆଜି ଦୁଇପଦ ଲେଖିବା ପାଇଁ ବାଧ୍ୟ ।

ଗଣତନ୍ତ୍ର ଏବେ ଅମଲାତନ୍ତ୍ର ପାଲଟି ଯାଇଛି । ନାଁ କୁ ସାମ୍ବାଦିକ ସଂଘ କିନ୍ତୁ କାମରେ ଦୁର୍ବଳ । ତେବେ ସମାଜରେ ସାମ୍ବାଦିକଙ୍କ ଉପରେ କରାଯାଉଥିବା କଣ୍ଠରୋଧକୁ ଅଟକାଇବାର କାହାର ସତ ଶାହସ ନାହିଁ । ତେଣୁ ଏଥିପ୍ରତି ରାଜନେତାଙ୍କ ଗୁଲାମ ଗିରି କରୁଛନ୍ତି ଆଜିର ତେଲ ମରା ସାମ୍ବାଦିକ । ଅସଲ ସତ୍ୟକୁ ଦେଖାଇବାର ଶତ ସାହସ ନାହିଁ । ବୁମ୍ ଧରି ଆଇ କାଡ଼ ପିନ୍ଧି ଦେଲେ କେହି କେବେ ସାମ୍ବାଦିକ ହୋଇ ଯାଆନ୍ତି ନାହିଁ । ସାମ୍ବାଦିକ ହେବାକୁ ହେଲେ ନିଜ ପାଖରେ ସେତିକି ଦକ୍ଷତା ଥିବା ଦରକାର ।

ତେବେ ଗୋଟେ ସାମ୍ବାଦିକର କର୍ତ୍ତବ୍ୟ ହେଉଛି ନିଜ ଦକ୍ଷତା କୁ ସଠିକ୍ ଭାବେ ସଦୁପଯୋଗ କରି ସରକାରଙ୍କ ବିଫଳତା ଓ ସଫଳତା ଲୋକ ଲୋଚନକୁ ଆଣିବା । କିନ୍ତୁ ଏ ବାସ୍ତବ ଚିତ୍ର ଦେଖେଇବେ କଣ ଓଲଟା ନେତା ଫିଙ୍ଗି ଦେଉଥିବା ହାଡକୁ ଗୋଟେଇ ଖାଇବାର ହେଉଛି ଏମାନଙ୍କର କାମ । ଯିଏ ସ୍ୱର ଉତ୍ତୋଳନ କରିବ ସେ ଜେଲ୍ ଯିବା ଟା ଥୟ । ଆଉ କିଛି ସାମ୍ବାଦିକ କେବଳ ନିଜ ପରିଚୟ ବଢାଇବାକୁ ଚୁପ ରହି ସବୁ ଦେଖନ୍ତି ଏବଂ ଶେଷରେ କୁହନ୍ତି ଯେ, ଯାହା ଚାଲିଛି ଚାଲିଥାଉ । ଆମେ ଏକା କଣ ଚାହିଁଲେ ବଦଳାଇଦେବା ।

Courtesy – Social Media

Show More

Related Articles

Back to top button