ସ୍ୱାସ୍ଥ୍ୟ

ଗବେଷଣାରୁ ଜଣାପଡିଛି ଯେ ଶୋଇବା ପୂର୍ବରୁ ଏହି ଚାହା ସେବନ କରିବା ଦ୍ୱାରା ଓଜନ ନିୟନ୍ତ୍ରଣ ହୋଇଥାଏ

ଆମେ ସମସ୍ତେ ନିଜ ଜୀବନରେ କୌଣସୀନା କୌଣସି ସମୟରେ କମ କରିବା ପାଇଁ ଚେଷ୍ଟା କରିଥାଉ l କିନ୍ତୁ ଓଜନ କମାଇବା ଅଟେ ସହଜ କାମ ନୁହେଁ l ଶରୀରର ଅତିରିକ୍ତ ଚର୍ବି କମ କରିବା ପାଇଁ ପର୍ଯ୍ୟାପ୍ତ ସମୟ ,ଧର୍ଯ୍ୟ ,ସମର୍ପଣ ଓ ସୁସ୍ଥକର ଜୀବନ ଶୈଳୀ ଆବଶ୍ୟକତା ରହିଛି l ଯଦି ଆମେ ଆପଣଙ୍କୁ କହିବୁ ଶୋଇବା ସମୟରେ ନିଜର ଓଜନ କମାଇ ପାରିବେ ତାହାପୁଣି ଅତି ସହଜ ଭାବରେ ତେବେ ଆଶ୍ଚର୍ଯ୍ୟ ହୋଇ ଯିବେ

ଗୋଟିଏ ଗବେଷଣା ଅନୁସାରେ ୟୁନିଭର୍ସିଟି ଅଫ ତୁସ୍କାବାର ରିପୋର୍ଟ ଅନୁସାରେ ଶୋଇବା ପୂର୍ବରୁ ଓଳଙ୍ଗ ଚାହାର ସେବନ କରି ଆପଣ ଓଜନ କମାଇ ପାରିବେ l

କଣ କହୁଛି ଗବେଷଣାର ତଥ୍ୟ –

ଏହି ଚାହାଟି ଗ୍ରୀନଟି ଭଳି ଲାଭ ଦାୟକ ଅଟେ l ଏହା ଆପଣଙ୍କ ମେଟାବୋଲିଜ୍ମ ଉପରେ ସକାରତ୍ମକ ପ୍ରଭାବ ପକାଇବ l ଗବେଷକ ମାନଙ୍କର ମତ ଅନୁସାରେ ମାନବ ଶରୀରରେ ଶକ୍ତି ଓ ଫୁର୍ତି ଜାଗ୍ରତ କରିବା ପାଇଁ ଓଳଙ୍ଗ ଚାହାର ଖୁବ ମହତ୍ୱ ରହିଛି l ଏହି ଗବେଷଣାରେ ଦୁଇ ସପ୍ତାହର ସମୟ ନିଆଯାଇଥିଲା ,ଯେଉଁଥିରେ ୧୨ ଜଣ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା ,ସେଥିରେ ସେମାନଙ୍କର ବୟସ ସୀମା ୨୦ ରୁ ୫୬ ରହିଥିଲା lଗବେଷକ ମାନେ ମତ ଦେଇଛନ୍ତି ଯେ ଗବେଷଣା ସମୟରେ ୨୦ ପ୍ରତିଶତ ଲୋକଙ୍କର ଦ୍ରୁତ ଗତିରେ ଓଜନ କମ ହୋଇଥିଲା l ଗବେଷକମାନେ କହିଛନ୍ତି ଯେ ନିଦରେ ଶୋଇବା ସମୟରେ ଓଳଙ୍ଗ ଚାହାର ଉତେଜକ ପ୍ରଭାବ ଶରୀରର ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l ଆପଣ ଏହି ଚାହାକୁ ଦିନକୁ ଦୁଇ ରୁ ତିନିଥର ପିଇ ପାରିବେ l ଓଳଙ୍ଗ ଚାହା ଅଧିକ ପିଇବା ଦ୍ୱାରା ଆପଣ ଅନ୍ୟ ରୋଗର ମଧ୍ୟ ଶିକାର ହୋଇ ପାରନ୍ତି l

ଓଳଙ୍ଗ ଚାହାରୁ ମିଳୁଥିବା ଲାଭ –

ଏହି ଚାହା ଦ୍ୱାରା ମଧୁମେହ ରୋଗ ନିୟନ୍ତ୍ରିତ ହୋଇଥାଏ ବୋଲି ଗବେଷଣାରୁ ଜଣା ପଡିଛି ତା ସହିତ ହୃଦରୋଗୀ ମାନଙ୍କ ପାଇଁ ଓଳଙ୍ଗ ଚାହା ରାମବାନ ଅଟେ l କାରଣ ଏହା ହୃଦୟ ଉପରେ ସକାରତ୍ମକ ପ୍ରଭାବ ପକାଇଥାଏ l ଏହା ସ୍ତନ କର୍କଟ ରୋଗ ପାଇଁ ମଧ୍ୟ ହିତକର l କଫି ଭଳି ଓଳଙ୍ଗ ଚାହାରେ କେଫିନ ରହିଥିବା ହେତୁ ମସ୍ତିସ୍କ ଠିକରେ କାମ କରିଥାଏ l

Show More

Related Articles

Back to top button