ଦେଶ ବିଦେଶରାଶିଫଳ

ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କୁ କେଉଁ ଜିନିଷକୁ ଡର ଲାଗିଥାଏ : ଏହା ସେମାନଙ୍କର ସବୁଠୁ ବଡ଼ ଦୁର୍ବଳତା ଅଟେ

ଯେକୌଣସି ବ୍ୟକ୍ତି ଯେତେ ସାହସୀ ହୋଇଥିଲେ ମଧ୍ୟ କୌଣସୀନା କୌଣସି ଜିନିଷକୁ ଭୟ କରିଥାଏ l ଏଠାରେ ଭୟର ଅର୍ଥ ଭୁତ ପ୍ରେତ ନୁହେଁ ବରଂ କିଛି ଅଲଗା ଜିନିଷ ଯେବଉଁଥିରେ ଲୋକମାନଙ୍କର ଭାବନା ଲୁଚି ରହିଥାଏ

ଆଜି ଆମେ ଜାଣିବା ରାଶି ଅନୁସାରେ କେଉଁ ବ୍ୟକ୍ତି କାହାକୁ ଡରି ଥାନ୍ତି ଓ ତାଙ୍କର ଦୁର୍ବଳତା କଣ l

ମେଷ-ମେଷ ରାଶିର ବ୍ୟକ୍ତି ମାନେ ନିଜର ନିବିଡ ବନ୍ଧୁଙ୍କୁ ସବୁବେଳେ ହରାଇବାର ଭୟ ରଖିଥାନ୍ତି l କାରଣ ଏହି ଲୋକ ମାନଙ୍କର ବନ୍ଧୁ ମାନଙ୍କ ପ୍ରତି ଅନେକ ଦୁର୍ବଳତା ରହିଥାଏ l

ବୃଷ -ବୃଷ ରାଶିର ବ୍ୟକ୍ତି ମାନେ ପ୍ରତେକ ଜିନିଷକୁ ପଇସାରେ ତୁଳନା କରିଥାନ୍ତି ,ତେଣୁ ସେମାନଙ୍କୁ ଧନ ହରାଇବାର ଭୟ ସବୁବେଳେ ଘଋଥାଏ l

ମିଥୁନ -ମିଥୁନ ରାଶିର ବ୍ୟକ୍ତି ମାନେ ଯେକୌଣସି ନିର୍ଣ୍ଣୟ ନେବା ପୂର୍ବରୁ ଅତ୍ୟନ୍ତ ଭାବ ପ୍ରବଣ ହୋଇ ଯାଇଥାନ୍ତି ,ସେମାନଙ୍କୁ ସବୁବେଳେ ଭୟ ରହିଥାଏ ଯେ ତାଙ୍କର ଦୁର୍ବଳତା ଅନ୍ୟ କେହି ଜାଣି ନଯାଉ l

କର୍କଟ -କର୍କଟ ରାଶିର ବ୍ୟକ୍ତି ମାନେ ସବୁବେଳେ ଆରାମରେ ରହିବାକୁ ଇଛା କରିଥାନ୍ତି ,ତାଙ୍କର ଭୟ ରହିଥାଏ ଯେ ତାଙ୍କର ଆରାମ ଜୀବନ ଜାପାନ କେହି ଛଡାଇ ନନେଉ l

ସିଂହ -ସିଂହ ରାଶିର ବ୍ୟକ୍ତି ମାନେ ନିଜକୁ ସବୁବେଳେ ଅନ୍ୟ ମାନଙ୍କ ଠାରୁ ଉର୍ଦ୍ଧରେ ରଖିଥାନ୍ତି l ତେଣୁକରି ଅମାନଙ୍କର ଭୟ ରହିଥାଏ ଯେ ତାଙ୍କୁ କେହି ଯେପରି ଅଣଦେଖା ନକରି ଦେଉ l

କନ୍ୟା– କନ୍ୟା ରାଶିର ବ୍ୟକ୍ତି ମାନେ ନିଜକୁ ସବୁବେଳେ ନିୟନ୍ତ୍ରଣ ରଖିବାକୁ ଚାହିଁଥାନ୍ତି l ଏବଂ ସେମାନଙ୍କର ଭୟ ରହିଥାଏ ଯେ ତାଙ୍କର କୌଣସି କାର୍ଯ୍ୟରେ ଅବହେଳା ଯୋଗୁ ନିୟନ୍ତ୍ରଣ ନହରାନ୍ତୁ l

ତୁଳା-ତୁଳା ରାଶିର ବ୍ୟକ୍ତି ମାନେ ଏକୁଟିଆ ରହିବାକୁ ପସନ୍ଦ କରି ନଥାନ୍ତି l ଏମାନଙ୍କର ଭୟ ରହିଥାଏ ଯେ ତାଙ୍କୁ କେହି ଏକୁଟିଆ ନକରି ଦେଉ l

ବିଛା -ବିଛା ରାଶିର ବ୍ୟକ୍ତି ମାନେ ଅନେକ ସମ୍ବେଦନ ଶିଳ ହୋଇ ଥାନ୍ତି l ତେଣୁ ସେମାନେ ନିଜର ସମ୍ପର୍କକୁ ନେଇ ସଜାଗ ରହୁଥିବାରୁ କାହାକୁ ହରାଇବାର ଭୟରେ ରହିଥାନ୍ତି l

ଧନୁ -ଧନୁ ରାଶିର ବ୍ୟକ୍ତି ମାନେ ସବୁବେଳେ ଏହି ଭୟରେ ରୁହନ୍ତି ଯେ କାଳେ ତାଙ୍କ ଜୀବନରେ କେହି ବ୍ୟକ୍ତି ତାଙ୍କୁ ନିଜ ଳିକଙ୍କ ପାଖରୁ ଦୁରେଇ ନଦେଉ ଓ ଏମାନଙ୍କୁ ସ୍ୱାଧୀନତା ପସନ୍ଦ l

ମକର -ମକର ରାଶିର ବ୍ୟକ୍ତି ମାନେ ଅତ୍ୟନ୍ତ ପରିଶ୍ରମୀ ହୋଇଥିବାରୁ ସେମାନେ ଅସଫଳତାକୁ ଭୟ କରି ଥାନ୍ତି l

କୁମ୍ଭ -କୁମ୍ଭ ରାଶିର ବ୍ୟକ୍ତି ମାନେ ଅତ୍ୟନ୍ତ ଉଜୋଗୀ ଅଟନ୍ତି କିନ୍ତୁ ସେମାନେ ଅନ୍ୟ ମାନଙ୍କ ଆଗରେ ନିଜର ମତ ରଖିବାକୁ ଭୟ କରିଥାନ୍ତି l

ମୀନ -ମୀନ ରାଶିର ଲୋକମାନେ ସବୁବେଳେ କାଳ୍ପନିକ ଦୁନିଆରେ ରୁହନ୍ତି ଏବଂ ଅମାନଙ୍କର ଭୟ ରହିଥାଏ ଯେ କିଏ ଏମାନଙ୍କୁ କିଛି ଦାଇତ୍ୱ ନଦେଉ l

Show More

Related Articles

Back to top button